ଟ୍ରକ୍ କୁ ଧକା ଦେଲା ପିକପ୍ ଭ୍ୟାନ୍
କଟକ( ଆଠଗଡ଼): ୧୭/୩ କଟକ ଆଠଗଡ଼ ଗୋପିନାଥପୁର ଛକ ଠାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଲା ପିକ୍ଅପ ଭ୍ୟାନ ।ପିକ୍ଅପ ବ୍ୟାନର ଡ୍ରାଇଭର ଗୁରୁତର ଆହତ ହୋଇ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ବଡ଼ମ୍ବା ଥାନା ଅଧୀନ ବନମାଳୀପୁର ଗ୍ରାମର ହରିହର ସାହୁଙ୍କ ପୁଅ ତ୍ରିଲୋଚନ ସାହୁ ବୋଲି ଜଣାପଡ଼ିଛି। ପୋଲିସ ଦୁଇଟି ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
Comments
Post a Comment