୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ବାଙ୍କୀ (ଧନୁଷ ଏକ୍ସପ୍ରେସ):- କଟକ ଜିଲ୍ଲା ବାଙ୍କି ପୋଲିସକୁ ମିଳିଲା ବଡ଼ ସଫଳତା.ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଲେ ଏସ ଡ଼ି ପି ଓ ବାଳକୃଷ୍ଣ କଅଁର .ଚୋର ଗଂଜେଇ ଚାଲାଣ ଖବର ପାଇଁ ପୋଲିସ ପକ୍ଷରୁ ହୋଇଥିଲା ବାଙ୍କୀ ବରପୁଟ ଅଂଚଳ ରେ  ଚଢ଼ାଉ।
 ଘଟଣା ସ୍ଥଳ ରୁ  ୧ କୁଇଣ୍ଟାଲ ଚୋର ଗଂଜେଇ ପୋଲିସ ଜବତ କରିଥିବା ବେଳେ ୨ ଜଣ  ବ୍ୟବସାୟୀ କୁ ପୋଲିସ କରିଛି ଗିରଫ।

ସେମାନଙ୍କ ନିକଟରୁ ଗୋଟିଏ ମାରୁତି ଏଟିକା ଗାଡି ମଧ୍ୟ ହୋଇଛି ଜବତ. ପୂର୍ବ ରୁ ପୋଲିସ ପାଖରେ ରହିଥିଲା ଏହାର ଖବର. ଜବତ ଗଂଜେଇ ଭୁବନେଶ୍ୱର ଅଂଚଳ କୁ ହେଉଥିଲା ଚାଲାଣ.ଜବତ ଗାଡି ନମ୍ବର ରହିଛି OD 02L0863.ଏ ସବୁ ଗଂଜେଇ କନ୍ଧମାଳ ଅଂଚଳ ରୁ ଆସୁଥିଲା ବୋଲି ପୋଲିସ ସୂତ୍ର ରୁ ପ୍ରକାଶ।
 ଗିରଫ ଗଂଜେଇ ବ୍ୟବସାୟୀ ଙ୍କ ଘର ତିଗିରିଆ ଅଂଚଳ. ଜଣଙ୍କ ନାମ ଅଭିବୁଲା ଖାଁ (ଗାଣ୍ଡୁ. ଅନ୍ୟଜଣଙ୍କ ନାମ ଲିପୁନା ବେହେରା (ଲିପୁ )।
 ପୋଲିସ ପକ୍ଷରୁ କେଶ ନମ୍ବର 217/25 ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।


 ଇତିଶ୍ରୀ ସାହୁ, କଟକ ବ୍ୟୁରୋ 
 ଧନୁଷ ଏକ୍ସପ୍ରେସ

Comments

Popular posts from this blog

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେନ୍ଦ୍ରାପଡ଼ା ଡ୍ରାଇଭର ସଂଘ ତରଫରୁ ଦୁଇ ଦିନ ହେଲା ମୁଖ୍ୟ ରାସ୍ତା ରେ ଧାରଣା ବସି ରହିଛନ୍ତି!