ବଡ଼ମ୍ବା ଚମ୍ପେଇଦ୍ୱାର ଗଡା଼ପୋଖରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡାର ପୁରସ୍କାର ବିତରଣ ଉତ୍ସବ ।
ବଡମ୍ବା,୨୩/୦୩/୨୦୨୪(ଧନୁଷ ଏକ୍ସପ୍ରେସ ବ୍ୟୁ.ରୋ.): କଟକ
ବଡମ୍ବା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଚମ୍ପେଇଦ୍ୱାର ଗଡା଼ପୋଖରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବର ପୁରସ୍କାର ବିତରଣ ଉତ୍ସବ ସମାପନ ହୋଇଯାଇଛି l
ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ବଡମ୍ବା ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମତଗଜ ସିଂ, ମୁଖ୍ୟବକ୍ତା ଭାବେ ସହକାରୀ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ରଥ, ସମ୍ମାନିତ ଅତିଥିଭାବେ ସହକାରୀ ଅଧିକାରୀ ନିର୍ମଳା ବେହେରା,ଗଡା଼ପୋଖରୀ ଗ୍ରାମର ସଭାପତି ଶରତ କୁମାର ନାୟକ, ଚମ୍ପେଇଦ୍ୱାର ତଳସାହି ଗ୍ରାମର ଗ୍ରାମ ପ୍ରମୁଖ ଶିକ୍ଷକ ବେଣୁଧର ନାଏକ ଉପସ୍ଥିତ ରହି ପିଲାମାନଙ୍କୁ ନୀତିଶିକ୍ଷା ଦେବା ସହିତ ଖେଳ ମାଧ୍ୟମରେ ଶରୀର ସୁସ୍ଥ ରହିବା ସହିତ ମନ ପ୍ରଫୁଲ୍ଲ ରୁହେ ବୋଲି ମତପ୍ରକାଶ କରିଥିଲେ l
ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବରେ କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ରୀ ଓ ଛାତ୍ର ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l
ବାଳକ ବରିଷ୍ଠ ବିଭାଗରେ ନିଶିକାନ୍ତ ନାଏକ ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ବେଳେ, ବାଳକ କନିଷ୍ଠ ବିଭାଗରେ ପ୍ରୀତିରଞ୍ଜନ ଇନ୍ଦ୍ରଜିତ ଓ ବାଳିକା ବରିଷ୍ଠ ବିଭାଗରେ କୁନମୁନ ଜେନା ଏବଂ ବାଳିକା ସୁଦୀପ୍ତା ନାଏକ ଅଲରାଉଣ୍ଡ ପ୍ରଦର୍ଶନ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆନନ୍ଦ ଉଲ୍ଲାସରେ ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାଏକ,ସଭ୍ୟା ଗୀତାଞ୍ଜଳି ଦଳେଇ, ସର୍ବେଶ୍ୱର ବେହେରା,ସସ୍ମିତା ପୁହାଣ, ସରୋଜିନୀ ନାଏକଙ୍କ ସହିତ ଶିକ୍ଷକ ଶତ୍ରୁଘ୍ନ ବେହେରା, ସତୀଶ କୁମାର ମହାନ୍ତି,ଅକ୍ଷୟ କୁମାର ନାଏକ,ଶିକ୍ଷୟିତ୍ରୀ ଶାନ୍ତିଲତା ନାଏକ, ଅନିତା କୁମାରୀ ନାଏକ ଓ ସସ୍ମିତା ପୁହାଣ ଉପସ୍ଥିତ ଥିଲେ lସର୍ବଶେଷରେ ଶିକ୍ଷକ ଶତ୍ରୁଘ୍ନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
Comments
Post a Comment