ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ : ବିଶ୍ୱମ୍ବର ବିଜୟୀ ।
କଟକ (ବଡମ୍ବା) ୧୭/୩: ବଡମ୍ବା କଲେଜ ପଡିଆ ରେ ମାସ୍ ଇଗଲ କ୍ରିକେଟ ଟିମ୍ ଆନୁକୂଲ୍ୟରେ ଚାଲିଥିବା ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ର ଦ୍ୱିତୀୟ ଲିଗ ମ୍ୟାଚ ରେ ବିଶ୍ୱମ୍ବରପୁର ବିଜୟୀ ହୋଇ ସେମିଫାଇନାଲ କୁ ପ୍ରବେଶ କରିଛି । ଆଜି ରବିବାର ଦିନ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ଲିଗ୍ ମ୍ୟାଚ୍ ଆୟୋଜକ ଟିମ୍ ମାସ ଇଗଲ ବଡମ୍ବା ଓ ବିଶ୍ୱମ୍ବରପୁର ମଧ୍ୟ୍ୟ ରେ ଅନୁଷ୍ଠିତ ହୋଇଥିଲା I ଟର୍ଚ୍ଚ ରେ ଜିତି ମାସ ଇଗଲ ଟିମ ବଡମ୍ବା ବୋଲିଂ କରିଥିଲା I ବିଶ୍ୱମ୍ବର ପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୧୨ ଓଭର ରେ ୧୧୮ ରନ କରି ପାରି ଥିଲା ।ଏହାର ଜବାବ ରେ ବଡମ୍ବା ଟିମ୍ ୧୧୦ ରନ କରି ଅଲଆଉଟ ହୋଇ ଥିଲେ I କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥିଭାବେ କଟକ ସାଂସଦ ଙ୍କ ପ୍ରତିନିଧି ସଦାନନ୍ଦ ସ୍ୱାଇଁ ଓ ସଂମ୍ମାନୀୟ ଅତିଥିଭାବେ ବଡମ୍ବା ସମ୍ବାଦ ପ୍ରତିନିଧି ସାମ୍ବାଦିକ ଚିନ୍ନାତ୍ମା ମହାନ୍ତି ଯୋଗ ଦେଇ ଯୁବ କ୍ରିକେଟ ର ମାନଙ୍କୁ ଉତ୍ସାହିତ କରିଥିଲେ I ଆଦିତ୍ୟ ଦାଶ ଓ ସୂର୍ଯ୍ୟକାନ୍ତ ସାହୁ ମ୍ୟାଚ ପରିଚାଳନା କରିଥିବା ବେଳେ ଆୟୋଜିତ ଟିମ ର ସଦସ୍ୟ ସ୍ୱପ୍ନ କୁମାର ସାହୁ, ପ୍ରତୀକ ମିଶ୍ର, ଶ୍ରୀକାନ୍ତ ସାହୁ, ଶୁଭେନ୍ଦୁ ମହାନ୍ତି, ବିକାଶ ବେହେରା, ଆଶିଷ ତାରିଖ ଓ ସ୍ୱାଗତ ବେହେରା ପ୍ରମୁଖ ସହଯୋଗ କରିଥିଲେ I
Comments
Post a Comment