କଟକ ବଡ଼ମ୍ବା ଅମାନ୍ତିଆ ଗ୍ରାମରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ,ଦୁଇଜଣ ଗିରଫ।

ଧନୁଷ ଏକ୍ସପ୍ରେସ, ବ୍ୟୁରୋ ୨୮/୩/୨୦୨୪, ବଡ଼ମ୍ବା: କଟକ ବଡ଼ମ୍ବା ପୋଲିସ୍ କୁ ମିଳିଛି ବଡ଼ ସଫଳତା। ଆଜି ବଡ଼ମ୍ବା

ପୋଲିସ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ଚାଲୁଥିବା ସମୟରେ ଖବର ପାଇ ବେଆଇନ ଭାବେ ମଦ ବିକ୍ରି ହେଉଥିବା ସ୍ଥାନରେ ଚଢ଼ାଉ କରିଥିଲେ। ବଡମ୍ବା ଥାନା ଅଧିକାରୀଙ୍କ ନିଦ୍ଦେର୍ଶ କ୍ରମେ ସନ୍ଧ୍ୟା ସମୟରେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଅମାନ୍ତିଆ ଗ୍ରାମର ଏକ ଦୋକାନ ଘରୁ ୫୪୩ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିଥିଲେ | ଘଟଣାରେ ସମ୍ପୃକ୍ତ ଥିବା ବେଲିଆପାଳ ଗ୍ରାମର ଶରତ କୁମାର ସାହୁ ଓ ଅମାନ୍ତିଆ ଗ୍ରାମର ନକୁଳ ବେହେରାଙ୍କୁ ଗିରଫ କରିଥିଲେ | ବଡ଼ମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ରଙ୍କ ସୂଚନା ଆନୁସାରେ ବିଦେଶୀ  ଓ ଦେଶୀ ମଦ ମିଶାଇ ସର୍ବମୋଟ ୫୪୩ଲିଟର, ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବବୋଲି ଜଣା ପଡ଼ିଛି | ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି...

*

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।