କପିଳେଶ୍ୱର ମହାଦେବ, ବିଶ୍ୱାସ ରହିଛି ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି କୁଣ୍ଡ ରେ ସ୍ନାନ କଲେ ରୋଗ ଭଲ ହୋଇଯାଏ।

ବଡ଼ମ୍ବା (ଧନୁଷ ଏକ୍ସପ୍ରେସ ବ୍ୟୁରୋ ୨୫/୩/୨୪):କଟକ ଜିଲ୍ଲା ର ପ୍ରମୁଖ ଶୈବ ପୀଠ ରୂପେ ପରିଚିତ କପିଳେଶ୍ୱର ମହାଦେବ ପୀଠ। କାହିଁ ୬୦୦ଶହ ବର୍ଷ ତଳୁ ପୂଜା ପାଇ ଆସୁଛନ୍ତି ବାବା କପିଲେଶ୍ୱର ମହାଦେବ। ସଦା ସର୍ବଦା ଏକ କୂପ ମଧ୍ୟରେ ମହାସ୍ନାନ ରେ ବୁଡ଼ି ରହି ପୂଜା ପାଇଆସୁଛନ୍ତି ଓ ଭକ୍ତ ଙ୍କୁ ଦର୍ଶନ ଦେଉଥାନ୍ତି । କଟକ ବଡମ୍ବା ବ୍ଲକ ଠାରୁ ୪ କିଲୋମିଟର ଦୂର ନାଗେଶ୍ୱରି ବୃକ୍ଷ ପାର୍ଶ୍ଵ ରେ ରହିଛି ପୀଠ ଟି। ପ୍ରତି ବର୍ଷ ବୈଶାଖ ପୂର୍ଣ୍ଣମୀ ଦିନ ପୀଠ ରେ ମେଳା ର ଆୟୋଜନ ଏଠାରେ ହୋଇଥାଏ। ବାବା ଙ୍କୁ ଗୋଟିଏ ଦିନ ସ୍ୱ ଚକ୍ଷୁ ରେ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତ ରୁ ଭକ୍ତ ମାନେ ଛୁଟି ଆସିଥାନ୍ତି ।ସେ ଦିନ ତେଣ୍ଡା ସାହାଯ୍ୟ ରେ କୂପ ରୁ ଜଳ ନିସ୍କାସନ କରାଯାଇ ବାବା ଙ୍କୁ ବାହାର କରାଯାଏ। ବାବା ଙ୍କ ଦର୍ଶନ ମିଳିବା ପରେ ବାବା ଙ୍କ ସ୍ଵତନ୍ତ୍ର ପୂଜାନୀତି ଆରମ୍ଭ ହୋଇଥାଏ। ପୀଠ ରେ ପାଳିତ ହୁଏ ମହାଶିବରାତ୍ରି, ଦୋଳ ପର୍ବ।

କିମ୍ବଦନ୍ତି କୁଏ  ସେତେ ବେଳ ରେ ରାଜୁଡ଼ା ଅମଳର କଥା। ନୟାଗଡ଼, ଗଡ଼ ଅଞ୍ଚଳ ରୁ ପ୍ରତିଦିନ ଗୋ ମାତା ମହାନଦୀ ପାର ହୋଇ ବୃହଦମ୍ବା ଗଡ଼ ଅଞ୍ଚଳ କୁ ଚରିବାକୁ ଆସିଥାଏ। ଉକ୍ତ ସ୍ଥାନରେ ଥିବା ବେଣା ଗଛ ମୂଳରେ ସ୍ୱତ ପ୍ରଭୂତ ଅମ୍ବୃତ ରସ ଢାଳି ଦେଇ  ଫୁଣି ଫେରି ଯାଏ ନିଜ ନୟାଗଡ଼ ଗଡ଼ ଅଞ୍ଚଳ କୁ। ଗୋ ମାତା ଟି ଘରେ କ୍ଷୀର ଦେଉନଥିବା ରୁ ଗୋମାତା ଉପରେ ସନ୍ଦେହ ପ୍ରକାଶ କରି ଗୋ ସେବକ ଜଣକ ଗୋମାତା ର ପଛେ ପଛେ ଅନୁସରଣ କରି ଗୋମାତା ଙ୍କ ଅଲୌକିକ ଘଟଣା କୁ ଲୁଚି ରହି ଦେଖିଥିଲା।
ସେ ଗୋ ମାତା ର ସମସ୍ତ ଘଟଣା କୁ ରାଜା ଙ୍କ କାନରେ କହିଥିଲା। ରାଜା ନିଜ ପଟୁଆର ଧରି ଉକ୍ତ ସ୍ଥାନ ରେ ପହଞ୍ଚି ଖୋଦାଇ କରୁଥିଲେ। ଯେତେ ଖୋଲୁଥିଲେ ସେତେ ଭିତରକୁ ପଶି ଯାଉଥିଲେ ବିଭୁ। ସନ୍ଧ୍ୟା ହେବାରୁ ରାଜା ଉକ୍ତ ସ୍ଥାନରେ ବିଶ୍ରାମ ନେଇଥିଲେ।
ସେ ଦିନ ରାତ୍ର ରେ ବଡ଼ମ୍ବା ରାଜା ବ୍ରଜ ରାଉତ୍ ଙ୍କୁ ସ୍ନପ ଦେଇଥିଲେ କପିଲେଶ୍ୱର ମହାଦେବ। କହିଥିଲେ ମତେ ତୋ ରାଜ୍ୟ ରୁ ନେବା ପାଇଁ ପ୍ରୟାସ କରୁଛନ୍ତି ମତେ ରକ୍ଷା କର। ରାଜା ପରଦିନ ନିଜ ସୈନ୍ୟ ସାମନ୍ତ ଧରି ଉକ୍ତ ସ୍ଥାନକୁ ଗମନ କରୁଥିଲେ। ରାଜା ଙ୍କ ସୈନ୍ୟ ସାମନ୍ତ ଦେଖି ସେ ସ୍ଥାନରୁ ପଳାୟନ କରୁଥିଲେ। 
ଆଜି ବି ସେ ସ୍ଥାନରେ ପ୍ରଭୁ କୂପ ମଧ୍ୟରେ ପୂଜା ପାଇଆସୁଛନ୍ତି। ପିଠରେ ପାଳିତ ହୁଏ ଜାଗର। ହଜାର ହଜାର ଭକ୍ତ ସମାଗମ ଦେଖିବାକୁ ମିଳେ। କୂପ ରୁ ନିଷ୍କାସିତ ଜଳ ରେ ବହୁ ମାନସିକ ରୋଗୀ ସ୍ନାନ କରି ସୁସ୍ଥ ହୋଇଥାନ୍ତି।
ତେବେ ଆଜି ବି ପୀଠ ଟି ଅବହେଳିତ ଅବସ୍ଥା ରେ ପଡ଼ିରହିଛି। ପର୍ଯ୍ୟଟନ ମାନ୍ୟତା ମିଳିପାରିନାହିଁ। ସରକାର ଙ୍କ ତରଫରୁ ଏହାକୁ ପର୍ଯ୍ୟଟନ ମାନ୍ୟତା ମିଳିଲେ ଏହା ଲୋକ ଲୋଚନ କୁ ଆସିପାରନ୍ତା।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।