ପୂର୍ବ ନିର୍ବାଚନ ଫଳାଫଳ କୁ ଦେଖିଲେ ବଡ଼ମ୍ବା - ନରସିଂହପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ର ବଢୁଛି ଭୋଟ ହାର।

ବଡ଼ମ୍ବା - ନରସିଂହପୁର ନିର୍ବାଚନ ମଣ୍ଡଳୀ ବିଜେଡି ର ଗଡ଼ ପାଲଟିଥିବା ବେଳେ ବିଭିନ୍ନ ପଲଟିକାଲ ଦଳ  ଲୋକଙ୍କ ର ଆସ୍ତା ଭାଜନ ହେବାରେ ସମର୍ଥ ଦେଖିବାକୁ ମିଳିନଥିଲା। ଯାହା ନିର୍ବାଚନ ଫଳା ଫଳ ରୁ ଜଣାପଡୁଛି।

ତେବେ ୨୦୦୦ ମସିହା ନିର୍ବାଚନ ଫଳାଫଳ କୁ ଦେଖିଲେ ବିଜେଡ଼ି ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର -୭୯୪୧୯ ଭୋଟ ମିଳିଥିଲା। ଯାହାକି ୮୧.୬୫% ଥିଲା। ବିରୋଧୀ ଦଳ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳ ପ୍ରାର୍ଥୀନୀ ଲକ୍ଷ୍ମୀ ଦେବୀ ଙ୍କୁ- ୧୧୮୨୦ ଖଣ୍ଡ ଭୋଟ୍ ମିଳିଥିଲା। ଯାହା ୧୨.୧୫% ଥିଲା। ଅନ୍ୟାନ୍ୟ ପ୍ରାର୍ଥୀ ମାନେ ୩୦୦୦ ହଜାର ଭୋଟ ମଧ୍ୟରେ ସୀମିତ ଥିଲେ।
୨୦୦୪ ନିର୍ବାଚନ ଫଳାଫଳ କୁ ଦେଖିଲେ ବିଜେଡି ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ଙ୍କୁ - ୭୦୪୪୧ ଖଣ୍ଡ ଭୋଟ ମିଳିଥିବା ବେଳେ, କଂଗ୍ରେସ ଦଳ ପ୍ରାର୍ଥୀ ମନୋରଞ୍ଜନ ନାୟକଙ୍କୁ-  ୩୬୮୦୬ ଖଣ୍ଡ ଭୋଟ ମିଳିଥିଲା। ଅନ୍ୟାନ୍ୟ ଦଳ ର ପ୍ରାର୍ଥୀ ୫୦୦୦ ଭୋଟ ମଧ୍ୟରେ ସୀମିତ ଥିଲେ।

୨୦୦୯ ନିର୍ବାଚନ ଫଳାଫଳ କୁ ଦେଖିଲେ ବିଜେଡି ଦଳ ର ନେତା ଦେବୀ ପ୍ରସାଦ ମିଶ୍ର ଙ୍କୁ- ୭୯୬୫୮ ଖଣ୍ଡ ଭୋଟ (୫୯.୮୬%) ମିଳିଥିଲା। ବିରୋଧୀ ଦଳର ନେତା କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର କୁମାର ନନ୍ଦ ଙ୍କୁ- ୪୧୪୬୯ ଖଣ୍ଡ ଭୋଟ (୩୧.୧୬%)। 

ବିଜେପି ଦଳ ପ୍ରଥମେ  ବଡ଼ମ୍ବା - ନରସିଂହପୁର ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥି ରୂପେ ସରୋଜ ରଣା ଙ୍କୁ ଟିକେଟ ପ୍ରଦାନ କରିଥିଲା।ସେ ୨୦୦୯ ନିର୍ବାଚନ ମଣ୍ଡଳୀରେ- ୫୯୩୧ଖଣ୍ଡ ଭୋଟ (୪.୪୬%) ମିଳିଥିଲା। ଅନ୍ୟାନ୍ୟ ଦଳ ୩୦୦୦ ଭୋଟ ମଧ୍ୟରେ ସୀମିତ ଥିଲେ।

୨୦୧୪ ନିର୍ବାଚନ ଫଳାଫଳ କୁ ଦେଖିଲେ ବିଜେଡି ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ଙ୍କୁ- ୯୧୭୭୨ ଖଣ୍ଡ ଭୋଟ (୫୮.୨୭%)। କଂଗ୍ରେସ ପ୍ରାର୍ଥୀନୀ ଲକ୍ଷ୍ମୀ ଦେବୀ ଙ୍କୁ- ୨୩୭୬୧ ଖଣ୍ଡ ଭୋଟ (୧୫.୦୯%) । ବିଜେପି ଦଳର ନେତା ବିଭୁଦତ ପଟ୍ଟନାୟକ ଙ୍କୁ -୧୪୨୨୬ ଖଣ୍ଡ ଭୋଟ (୯.୦୩%)। ଅନ୍ୟାନ୍ୟ ଦଳ ୩୦୦୦ ଭୋଟ ମଧ୍ୟରେ ସୀମିତ ଥିଲେ।

୨୦୧୯ ନିର୍ବାଚନ ମଣ୍ଡଳୀ ଫଳାଫଳ କୁ ଦେଖିଲେ ବିଜେଡି ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ଙ୍କୁ -୯୦୫୬୪ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କୁ -୭୨୫୪୫ ଖଣ୍ଡ ଭୋଟ ମିଳିଥିଲା। ଅନ୍ୟାନ୍ୟ ଦଳ ୬୦୦୦ ଭୋଟ ମଧ୍ୟରେ ସୀମିତ ଥିଲା।
ବିଜେଡି ଦଳ ର ପ୍ରତିଦ୍ୱନ୍ଦୀ ବିଜେପି ଲୋକଙ୍କ ନିକଟତର ହେବାରେ ଲାଗିଛି। ଯାହା ମତଦାନ କୁ ଦେଖିଲେ ଜଣାପଡେ।

୨୦୨୪  ସାଧାରଣ ନିର୍ବାଚନ ରେ ବିଜେଡି/ବିଜେପି ମଧ୍ୟରେ କଡ଼ା ଟକର ହେବା ନେଇ ସୂଚନା ମିଳୁଛି ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।