ଭତା ପାଇବାରୁ ବଞ୍ଚିତ ଅକୁର ନାଏକ।
ଧନୁଷ ଏକ୍ସପ୍ରେସ (୨୬/୩/୨୦୨୪, ବ୍ୟୁରୋ) ଗୋପୀନାଥପୁର: ଭତା ପାଇବାରୁ ବଞ୍ଚିତ ଅଛନ୍ତି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଗୋପୀନାଥପୁର କମାର ସାହି ର ଆକୁର ନାଏକ। ଆକୁର ନାଏକ ପରର ଭାଗଚାଷକରି ଆଜି ପର୍ଯ୍ୟନ୍ତ ନିଜ ପରିବାର ପ୍ରତିପୋଷଣକରିଆସୁଛନ୍ତି। ବୟସ ପାଖାପାଖି ୭୦ ଟପିଲାଣି ହେଲେ ସରକାରଙ୍କ ତରଫରୁ ଭତାଟିକିଏ ମିଲିପାରିଲାନାହିଁ। ଭତା ଟିକିଏପାଇବା ପାଇଁ ପାଞ୍ଚଥର ଆବେଦନ କରିସାରିଲେଣି। ଜାଣିଶୁଣି ଭତା କାଟିଦେଉଛନ୍ତି ବୋଲି ଅଭିଯୋଗ କରନ୍ତି ଅକୁର ନାଏକ। ଏନେଇ ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କୁ ଅଭିଯୋଗ କରିଛନ୍ତି ହେଲେ ଖାଲି ପ୍ରତିଶୁତି ମିଳିଛି ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ଗୁହାରି କେହି ଶୁଣି ନାହାଁନ୍ତି। ସ୍ତୀ ବାଉରୀ ନାଏକ ଙ୍କୁ ୬୦ ବର୍ଷ ପରେ ହେଲାଣି ହେଲେ ସେ ମଧ୍ୟ ଭତାପାଇବାରୁ ବଞ୍ଚିତ ଅଛନ୍ତି। ଗୋପିନାଥପୁର ଗ୍ରାମରେ ଥିଲା ବାଲା ହାତଗୁଞ୍ଜା ଦେଇ ଭତା ପାଉଥିବା ବେଳେ ଜଣେ ଗରିବ ଦୁଃଖୀ ଚାଷୀ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି। ସ୍ଥାନୀୟ ସରପଞ୍ଚ ତଥା ବଡ଼ମ୍ବା ବିଡ଼ିଓ ଗରିବ ଚାଷୀ ଅକୁର ନାଏକ ଙ୍କ ଦୁଃଖ ବୁଝି ତାଙ୍କୁ ଯଥାଶୀଘ୍ର ଭତାପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି।
Comments
Post a Comment