ଅସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ୨୦୨୧/୨୨ ମିଶନ ଶକ୍ତି ଗୃହ ନିର୍ମାଣ
ବଡ଼ମ୍ବା, ୨୦/୩ (ଧନୁଷ ଏକ୍ସପ୍ରେସ, ବି.ରୋ.): ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ମିଶନ ଶକ୍ତି ଗୃହ ନିର୍ମାଣ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା - କଟକ ପକ୍ଷରୁ ଆର୍ଥିକ ବର୍ଷ ୨୦୨୧/୨୨ ପକ୍ଷରୁ ମିଶନ ଶକ୍ତି ଗୃହ ବଡ଼ମ୍ବା ବ୍ଲକ୍ ଗୋପୀନାଥପୁର ଠାରେ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯାଇଥିଲା ।
ତେବେ ଘର ନିର୍ମାଣ କରାଯାଇ ଛାତ ପଡ଼ିଯାଇଛି। ଚାରିପାଖ ପଲସ୍ତରା ସରିଛି। ଘର ଭିତର ପଲସ୍ତରା ସରି ଯାଇଛି।ଘର ଭିତର ମେଜିଆ କାମ ଆଜିପର୍ଯ୍ୟନ୍ତ୍ କାମ ହୋଇ ନାହିଁ। କୌଣସି କବାଟ ଝରକା ଲାଗିନାହି। ସମ୍ପୂର୍ଣ୍ଣ ରୂପେ ଘର କାର୍ଯ୍ୟକ୍ଷମ ହୋଇ ନାହିଁ।
ଦୀର୍ଘ ଦିନ ଅଚଳ ଅବସ୍ଥା ରେ ପଡିରହିଥିବା ଘର କେବେ ସମ୍ପୂର୍ଣ୍ଣ ହେବ ସେ ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ତୁରନ୍ତ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବା ସହ ମିଶନ ଶକ୍ତି ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ମିଶନ ଶକ୍ତି ମହିଳା ମାନେ ଅଭିଯୋଗ କରିଛନ୍ତି।
Comments
Post a Comment