ଜରାଜୀର୍ଣ୍ଣ ଅବସ୍ଥାରେ ରାଜୁଡ଼ା ଅମଳର ଅଳକା ଭବନ,ଭାଙ୍ଗିରୁଜି ମାଟିରେ ମିଶିଲାଣି ପୁନରୁଦ୍ଧାର ଦାବୀ ।

କଟକ (ନରସିଂହପୁର)୧୭/୦୩/୨୦୨୪:
ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ପାହାଡ଼ ଉପରେ ରାଜୁଡ଼ା ଅମଳରେ ନିର୍ମାଣ ହୋଇଥିବା ଅଳକା ଭବନ ଏବେ ରକ୍ଷଣାବେକ୍ଷଣ ଅଭବାରୁ ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହି ମାଟିରେ ମିଶିବାକୁ ବସିଥିବା ବେଳେ ରାଜୁଡ଼ା ଅମଳର ଏହି ଡାକ ବଙ୍ଗଳା ଟି ପୁନରୁଦ୍ଧାର ପାଇଁ କାହାର ଆନ୍ତରିକତା ପରିଲକ୍ଷିତ ହେଉ ନଥିବା ବେଳେ ବର୍ତ୍ତମାନ ଏହି  ଡାକ ବଙ୍ଗଳା ଟି ମଦୁଆ ଏବଂ ସରୀସୃପ ଙ୍କ ଆଡ୍ଡାସ୍ଥଳୀ ପାଲଟିଛି।
ସୂଚନା ରୁ ପ୍ରକାଶ ଯେ ପ୍ରାଚୀନ  ନରସିଂହପୁର ରାଜ୍ୟର ପ୍ରବେଶ ପଥ ବାଲିଝରି ଠାରେ  ଅତିଥି ଅଭ୍ୟାଗତ ମାନଙ୍କ ରହଣି ପାଇଁ ତତ୍କାଳୀନ ରାଜା ସାହେବ ଅନନ୍ତ ନାରାୟଣ ମାନସିଂହ ହରିଚନ୍ଦନ ମହାପାତ୍ର ଏକ ପାହାଡ଼ ଉପରେ ୧୯୪୦ ରୁ ୧୯୪୩ ମସିହା ମଧ୍ୟରେ ଅଳକା ନାମକ ଏକ ଡାକ ବଙ୍ଗଳା ନିର୍ମାଣ କରିଥିଲେ। ଏଠାରେ ନିର୍ମାଣ ହୋଇଥିବା ଡାକ ବଙ୍ଗଳା ଟି ଚତୁଃପାଶ୍ୱର୍ରେ ବାରଣ୍ଡା ସହିତ ତିନୋଟି ସୁନ୍ଦର ବେଡ଼ ରୁମ୍ ସହିତ ସେହି ସମୟରେ ଅତ୍ୟାଧୁନିକ ସାଜସଜ୍ଜା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ଏବଂ ଏଠାରେ ରହିବା ରାଜା ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ। ରାଜା ମଝିରେ ମଝିରେ ଏଠାରେ ରହିବା ସହ ବାହାରୁ ଆସୁଥିବା ଅତିଥି ଅଭ୍ୟାଗତ ମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ। ମାତ୍ର ରକ୍ଷଣାବେକ୍ଷଣ ଅଭାବ ସହିତ ଏହାର ମରାମତି ଓ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ  ରାଜୁଡ଼ା ଅମଳର ଏହି ଐତିହାସିକ ଡାକ ବଙ୍ଗଳା ଟି ଭାଙ୍ଗିରୁଜି ଜରାଜୀର୍ଣ୍ଣ ବିପଦ ସଙ୍କୁଳ  ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଛି। 
ଏହି ସ୍ଥାନଟି ବର୍ତ୍ତମାନ ଜଙ୍ଗଲ ସୃଷ୍ଟି ହେବା ସହ ମଦୁଆ ଓ ସରୀସୃପ ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି। 
ତତ୍କାଳୀନ ରାଜା ଅନନ୍ତ ନାରାୟଣ ମାନସିଂହ ହରିଚନ୍ଦନ ମହାପାତ୍ର  ନରସିଂହପୁର ଠାରେ ଇନ୍ଦ୍ର ଭବନ,ପଦାମାଳ ଠାରେ ବସନ୍ତ ଭବନ ଓ ବାଲିଝରି ଠାରେ ଅଳକା ଭବନ ନିର୍ମାଣ କରିଥିଲେ।ମାତ୍ର ବସନ୍ତ ଭବନ ଓ ଇନ୍ଦ୍ର ଭବନ ପୁନରୁଦ୍ଧାର ହୋଇଥିବା ବେଳେ ଅଳକା ଭବନ ଟି ଚିର ଅବହେଳିତ ଅବସ୍ଥାରେ ପଡ଼ି ମାଟିରେ ମିଶିଲାଣି ପ୍ରଶାସନ ପକ୍ଷରୁ ଏହି ଡାକ ବଙ୍ଗଳା ର ପୁନରୁଦ୍ଧାର କରିବା ପାଇଁ ଦାବୀ ହେଉଛି।






Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।