ନରସିଂହପୁର ରାଜ୍ୟ ମଧୁ ବୈଶ୍ଷ ସମାଜର ଦୁଇ ଦିନିଆ ୫୪ ତମ ଅଧିବେଶନ ଅନୁଷ୍ଠିତ।

କଟକ(ନରସିଂହପୁର)୧୭/୩ : ରାଜ୍ୟ ମଧୁ ବୈଶ୍ୟ ସମାଜର ଦୁଇ ଦିନିଆ ୫୪ତମ ବାର୍ଷିକ ସମ୍ମିଳନୀ ଗୋଡ଼ିବନ୍ଧ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀ ରେ ମୁଖ୍ୟ ଅତିଥି ରୂପେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିଲି। ସମ୍ମାନିତ ଅତିଥି ରୂପେ କଟକ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ମିଶ୍ର, ନରସିଂହପୁର ଯୁବ ବିଜେଡି ସଭାପତି ଶ୍ରୀ ନିର୍ମଳ ଜେନା, ସ୍ଥାନୀୟ ଶ୍ରମିକ ନେତା ଶ୍ରୀ ବନମାଳୀ ବାରିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ନରସିଂହପୁର ରାଜ୍ୟ ମଧୁ ବୈଶ୍ୟ ସମାଜର ସଭାପତି ଶ୍ରୀ ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଦୁଇ ଦିନିଆ ସମ୍ମିଳନୀ ଗତ କାଲି ଠାରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଛି ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ବିରଞ୍ଚି ନାରାୟଣ ସାହୁ, କର୍ମକର୍ତ୍ତା ସର୍ବଶ୍ରୀ ବିର କିଶୋର ସାହୁ, ଶିକ୍ଷା କମିଟି ସଭାପତି ଶ୍ରୀ ସଞ୍ଜୟ ସାହୁ ଓ ୨୦ ଟି ମଧୁ ବୈଷ୍ୟ ସମାଜର ୨୦୦୦ ପରିବାର ବାସ କରୁଥିବା ୨୦ ରୁ ଉର୍ଦ୍ଧ ଗ୍ରାମ ସାହି ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ। ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇ ପାରମ୍ପରିକ ମିଷ୍ଠାନ ଓ ଆନୁଷଙ୍ଗିକ ଖାଦ୍ୟ ତିଆରି କରୁଥିବା ପାରମ୍ପରିକ କୁଶଳୀ ମଧୁବୈଶ୍ୟ ସମାଜର ପରିବାର ମାନେ କିଭଳି ଉତ୍ପାଦିତ ଉତ୍କର୍ଷ ସାମଗ୍ରୀର GI ମାନ୍ୟତା ପାଇପାରିବ ସେଥିପାଇଁ ପ୍ରସ୍ତୁତି କରିବା ସହ ଆଜିର ଜନ ସାଧାରଣ ମାନକୁ ନେଇ ଏବଂ ବଜାରକୁ ନେଇ ନିଜର କୁଶଳତା ର ଅଭିବୃଦ୍ଧି ପାଇଁ ଆହ୍ବାନ ଦେଇଥିଲି। ଏଥିରେ ନରସିଂହପୁର ଗଡ ସିଂହଥାନ ସାହି ଠାରୁ ଆରମ୍ଭ କରି ବାଶେଳିହତା, ବାଲିଝରି ,କାନପୁର, ଚମ୍ପେଶ୍ୱର, ପାଇକବାରବାଟି, ଏକଡ଼ାଳ, କକୁଡ଼ିଆ, କୋକଳବା, ଶରଧାପୂର୍, ଡମକଟା, ବନ୍ଧହୁଡ଼ା, ସାଗର, ବୋକଡା, ଗୋଡିବନ୍ଧ, ବାହାଳି, ରଙ୍ଗଡାବ, ଦେବଭୁଇଁ, ବଦଭୁଇଁ, ପ୍ରଭୁତି ଅଞ୍ଚଳର ସାହି ପ୍ରଭୁତି ମାନେ ଯୋଗ ଦେଇଥିଲେ। ହାଇସ୍କୁଲ, +୨ ପରୀକ୍ଷା ରେ ମଧୁବୈଷ୍ୟ ସମାଜର ଭଲ ଫଳାଫଳ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  ଓ ପୁରସ୍କାର ରାଶି ଦିଆଯାଇଥିଲା। ନିକଟରେ ମାଧୁବୈଶ୍ୟ ସମାଜର ସାଗର କେନ୍ଦ୍ର ତଥା ଶ୍ରୀ ଗଣେଶ ମନ୍ଦିର ପାଇଁ ୬ଲକ୍ଷ ଟଙ୍କା ବିଧାୟକ ଯୋଗାଇ ଦେଇଥିବାରୁ ସଭାପତି ଶ୍ରୀ ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।