କେନାଲ ରେ ପଡି ରାଜମିସ୍ତ୍ରୀ ଙ୍କ ମୃତ୍ୟୁ ।

ଧନୁଷ ଏକ୍ସପ୍ରେସ ବ୍ୟୁରୋ , ଯାଜପୁର: ଯାଜପୁର ଜିଲ୍ଲା ରାଁସଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଲରଙ୍ଗୀ ଅତା (କୁମାର ଡିହ )ନିକଟସ୍ଥ କେନାଲ ଭିତରେ ଖସିପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି |
ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଓଡିଶ ଗ୍ରାମର ମୂଳିଆ ସେନାପତି ଙ୍କ 53ବର୍ଷୀୟ ପୁଅ ଶ୍ରୀ ନବ ସେନାପତି  |
ସୂଚନା ମୁତାବକ ସେ ନିକଟସ୍ଥ ଖଣି ଅଞ୍ଚଳ କୁ ପ୍ରତିଦିନ ରାଜମିସ୍ତ୍ରୀ କାମ କରିବାକୁ ଆସିଥାନ୍ତି |
ଆଜି ପ୍ରାୟ ସନ୍ଧ୍ୟା 6ଟା ସମୟରେ ତାଙ୍କ ମୃତ ଦେହ ଟି କେନାଲ ରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ କାଳିଆପାଣି ପୋଲିସ କୁ ଖବର ଦେଇଥିଲେ |ତେବେ ଖବର ପାଇ  କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ଏ ଏସ ଆଇ ସନାତନ ବେହେରା ଘଟଣା ସ୍ଥଳ ରେ ପହଂଚି ମୃତଦେହ କୁ କେନାଲରୁ ଉଦ୍ଧାରକରି ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ର କୁ ଶବ ବ୍ୟବଚ୍ଛେଦପାଇଁ ପଠାଇଥିଲେ  |କାଳିଆପାଣି ପୋଲିସ ଏ ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରଖିଛି।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।