ନିର୍ବାଚନ ସମୟରେ ବଡ଼ମ୍ବା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଚଢ଼ାଉ ,୩୬ ଲିଟର ବିଦେଶୀ ମଦ ଜବତ।
ଧନୁଷ ଏକ୍ସପ୍ରେସ ବ୍ୟୁରୋ, ବଡ଼ମ୍ବା: କଟକ ବଡ଼ମ୍ବା ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ବଡ଼ମ୍ବା ଥାନା ପକ୍ଷରୁ ବ୍ୟାପକ ଖାନତଲାସି ଏବଂ ସନ୍ଦିଗ୍ଧ ସ୍ଥାନରେ ଚଢାଉ ବଳବତର ରହିଛି । ଏହି ପରିପ୍ରେକ୍ଷୀରେ ଆଜି ସଂନ୍ଧ୍ୟାରେ ବଡ଼ମ୍ବା ଥାନା ତରଫରୁ ଗୋପପୁର ହାଟ ସନ୍ମିକଟ ଏକ ରାସ୍ତା ପାର୍ଶ୍ୱ ଢାବାରେ ଅତର୍କିତ ଚଢାଉ ହେବାରେ ସେଠାରୁ ବିପୁଳ ପରିମାଣର ବିଦେଶୀ ମଦ ସହିତ ଏକ ଫ୍ରିଜର ଜବତ କରାଯାଇଛି । ବଡ଼ମ୍ବା ଥାନା ଆଇଆଇସି ଶିବପ୍ରସାଦ ଭଦ୍ରଙ୍କ ସୂଚନାନୁଯାୟୀ ଜବତ୍ ବିଭିନ୍ନ କିସମର ବିଦେଶୀ ମଦର ପରିମାଣ ପ୍ରାୟ ୩୬. ୮ ଲିଟର । ଏ ଭଳି ବେଆଇନ ମଦ ବିକ୍ରି କାରବାର କରୁଥିବା ଘଟଣାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।
#badamba
#dhanushexpress
Comments
Post a Comment