ବିଜେପିର ନବାଗତ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଯୋଡୁମୁଁ ଗ୍ରାମରେ ନ ପୁରାଇ ଦେବୁ- ଦଳୀୟ କର୍ମୀ ଙ୍କ ଚେତାବନୀ।
ଧନୁଷ ଏକ୍ସପ୍ରେସ ବ୍ୟୁରୋ: ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ଯୋଡୁମୁ ପଞ୍ଚାୟତର ସମସ୍ତ ଆଗଧାଡିର ବିଜେପି କାର୍ଯ୍ୟକର୍ତ୍ତା ମାନେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଙ୍କୁ ବିରୋଧ କରିଛନ୍ତି। ବିଜେପି ଭୁଲ ପ୍ରାର୍ଥୀ ଚୟନ କରିଛନ୍ତି ତୁରନ୍ତ ପ୍ରାର୍ଥୀ ବଦଳାଇବାକୁ ଅନୁରୋଧ କରିଛନ୍ତି ରାଜ୍ୟ ଓ କେନ୍ଦ୍ର ନେତୃ ବୃନ୍ଦଙ୍କୁ । ଏଠି କେବଳ ବିଜୟ କୁମାର ଦଳବେହେରା ପ୍ରାର୍ଥୀ ହେଲେ ଜିତିପାରିବେ।ଯଦି ପ୍ରାର୍ଥୀ ନ ବଦଳାଯାଏ ସମ୍ବିତ ତ୍ରିପାଠୀଙ୍କୁ ଯୋଡୁମୁ ପଞ୍ଚାୟତରେ ପ୍ରଚାର କରାଇ ଦେବେ ନାହିଁ ନିଷ୍ପତି କରିଛନ୍ତି।
Comments
Post a Comment