ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମର ମହିଳା ମାନେ।

ଧନୁଷ ଏକ୍ସପ୍ରେସ (ସୂର୍ଯ୍ୟକାନ୍ତ ଦଳାଇ ) ଚିଲିକା: ସମସ୍ୟା ପରେ ସମସ୍ୟା ଉପୁଜୀବକି ଚିଲିକା ବ୍ଲକରେ,କାରଣ ଏ ସମସ୍ୟା ଆଜି କାଲିର ନୁହେଁ ଏ ହେଉଛି ସବୁ ବର୍ଷ ର ସମସ୍ୟା,କାରଣ ପ୍ରତି ବରଷ ଗ୍ରୀଷ୍ମ ଋତୁ ର ଆଗମନ ରେ ସବୁଆଡେ ପାଣିର ଚିନ୍ତା,ହେଲେ ସରକାରଙ୍କ ଜଳ ଯୋଗାଣ ପାଇଁ ଅନେକ ଯୋଜନା ଥିଲେ ମଧ୍ୟ  ପାଣି ପାଇଁ ମଣିଷ  ଡ଼ହଳ ବିକଳ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମର ମହିଳା ମାନେ। 
ଦୀର୍ଘଦିନ ଧରି ପାଣିର ସମସ୍ୟା ଦେଖା ଦେଇଥିବାରୁ ଆଜି ଚିଲିକା ବ୍ଲକ ବିଡ଼ିଓଙ୍କ ନିକଟକୁ ଦ୍ୱାରସ୍ତ ହୋଇଛନ୍ତି ଶତାଧିକ ମହିଳା ।ସାରା ରାଜ୍ୟରେ ଖରାର ତାପମାତ୍ରା ଅଧିକରୁ ଅଧିକ ବଢିବ ଚାଲିଥିବା ବେଳେ  ଡହଳ ବିକଳ ହେଉଛନ୍ତି ଅଞ୍ଚଳ ବାସୀ ପାଣି ଟୋପେ ପାଇଁ ନୟାନ୍ତ ହୋଇ ବ୍ଲକ ବିଡ଼ିଓଙ୍କ ନିକଟକୁ ଦ୍ୱାରସ୍ତଭୋଇଥିଲେ। ସୋରଣ ପଞ୍ଚାୟତର ଓସ୍ତଟାଙ୍ଗୀ ଓ କ୍ଲବ ସାହିରେ ସମସ୍ୟା ହୋଇଛି ବୋଲି ଏକ ଲିଖିତ ଅଭିଯୋଗ କରିଛନ୍ତି ମହିଳାମାନେ ।  ଖାଲି ସେତିକିରେ ସରିନି କଥା ଦର୍ଶକ ବନ୍ଧୁ ପାଣି ପାଇଁ ଭୋଟ ବର୍ଜନ ହେବ ବୋଲି ଚେତାବନୀ ଦେଇଛନ୍ତି ଦୁଇ ଗୋଟି ୱାର୍ଡ଼ର ମହିଳା ମାନେ। ପାଣି ପାଇଁ ଡହଳ ବିକଳ ହେଉଥିବା ସୋରଣ ଗ୍ରାମ ଦୁଇଟି ୱାର୍ଡ଼ର ମହିଳା ମାନଙ୍କ ସମସ୍ୟା କେବେ ସମାଧାନ ହେଉଛି ଦେଖିବାକୁ ବାକି ରହିଲା ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।