ଦଳିଦେଲା ଦନ୍ତା ଚାଲିଗଲା ଜୀବନ ।

ଧନୁଷ ଏକ୍ସପ୍ରେସ ବ୍ୟୁରୋ: କଟକ ବାଙ୍କୀ ନିକଟସ୍ତ ଗୟଳବାଙ୍କ ଗ୍ରାମରେ ବିଲକୁ ଫସଲ ଖାଇବା ପାଇଁ ଆସିଥିବା ଦନ୍ତାହାତୀ ଆକ୍ରମଣରେ ମନୋରଞ୍ଜନ ସାହୁ (୪୩)ନାମକ ଜଣେ ଯୁବକ ଙ୍କୁ କଚାଡି ମାରିଥିବା ଦେଖିବାକୁ ମିଳିଛି। ସୁଚନା ମୁତାବକ ଗତ କାଲି ରାତ୍ରୀ ୧୦ ଟା ସମୟରେ ମନୋରଞ୍ଜନ ସାହୁ ଘରେ ଖାଇବସିଥିଲେ। ହାତୀ ବିଲରେ ଧାନ ନଷ୍ଟ କରୁଥିବା ଖବର ପାଇ କିଛି ଯୁବକ ପାଟି କରି ହାତୀ ଘଉଡାଇବା ପାଇଁ ଯାଉଥିଲେ। ସେଥିରେ ମନୋରଞ୍ଜନ ସାହୁ ଅଧା ଖାଇବାରୁ ଉଠି ନିଜ ଧାନ ଜମି ସୁରକ୍ଷା କରିବା ପାଇଁ ହାତୀ ଘଉଡେବା ବେଳେ ବିପକ୍ଷ ଦିଗରୁ ଦନ୍ତା ଆକ୍ରମଣ କରିବା ପାଇଁ ମାଡ଼ି ଆସିଥିଲା ଓ ଗୋଡ଼ାଇ ଥିଲା। ଫଳରେ ସମସ୍ତେ ଦୌଡ଼ି ପଳାଉ ଥିବା ବେଳେ ମନୋରଞ୍ଜନ ସାହୁ ବିଲ ହିଡ଼ ରେ ଝୁଣ୍ଟି ପଡ଼ିଯାଇଥିଲେ। ଫଳରେ ଦନ୍ତା ହାତୀଟି ରାଗିକି ନିଜ ଶୁଣ୍ଢରେ କଚାଡି ମାରିଥିବା ସ୍ଥାନୀୟ ହାତୀ ଘଉଡେଇବା ଯୁବକ ମାନେ ସୁଚନା ପ୍ରକାଶ କରିଛନ୍ତି ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।