ଖୋର୍ଦ୍ଧା ଯୁକ୍ତ ଦୁଇ ପରୀକ୍ଷାରେ ବାଲୁଗାଁ ମହାବିଦ୍ୟାଳୟର କୃତିତ୍ୱ।

ଖୋର୍ଦ୍ଧା (ଧନୁଷ ଏକ୍ସପ୍ରେସ ବ୍ୟୁରୋ):ଗତକାଲି ସାରା ରାଜ୍ୟରେ ଯୁକ୍ତଦୁଇର କଳା, ବିଜ୍ଞାନ ଏବଂ ଧନ୍ଦାମୂଳକର ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ବାଲୁଗାଁ ମହାବିଦ୍ୟାଳୟରେ ମଧ୍ୟ ପ୍ରକାଶିତ ହୋଇଛି।
ବାଲୁଗାଁ ମହାବିଦ୍ୟାଳୟରେ କଳାରେ ୩୪୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୩୨୦ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିଲେ ଏବଂ ୨୭ଜଣ ଫେଲ ହୋଇଥିଲେ। ସେହିଭଳି ବିଜ୍ଞାନରେ ୮୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପାସ୍ ହୋଇଛନ୍ତି ୫୬ଜଣ ଏବଂ ଫେଲ ୨୭ ଜଣ ହୋଇଛନ୍ତି। ବାଲୁଗାଁ ମହାବିଦ୍ୟାଳୟରେ ଯୁକ୍ତଦୁଇର କଳାର ପାସ୍ ହାର ୯୨ ପର୍ସେଣ୍ଟ ଏବଂ ବିଜ୍ଞାନର ପାସ୍ ହାର ୬୭ ପର୍ସେଣ୍ଟ ହୋଇଛି। କଳାରେ ସଇଲେନ୍ଦ୍ରି ପ୍ରଧାନ ୪୮୨ ରଖି କଲେଜ ଟପ୍ପର ହୋଇଛନ୍ତି ଏବଂ ବିଜ୍ଞାନରେ ସନ୍ଧ୍ୟା ରାଣୀ ସାମନ୍ତସିଂହାର ୪୪୭ ରଖି କଲେଜ ଟପ୍ପର ହୋଇଛନ୍ତି। ଏ ନେଇ ମହାବିଦ୍ୟାଳୟର ଯୁକ୍ତ ଦୁଇର ଅଧ୍ୟକ୍ଷା ଡକ୍ଟର ଜୟନ୍ତି ସାମଲ୍ ସୂଚନା ଦେଇଛନ୍ତି।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।