ଆଇସିୟୁରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦେବ।

ଖୋର୍ଦ୍ଧା (ଧନୁଷ ଏକ୍ସପ୍ରେସ ବ୍ୟୁରୋ):ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ପ୍ରଶାନ୍ତ ଜଗଦେବଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି।
ତାଙ୍କୁ SCB ର ମେଡିସିନ ୱାର୍ଡର ଆଇସିୟୁ  ରଖା ଯାଇ ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି।ତେବେ ପ୍ରଶାନ୍ତ ଙ୍କର ରକ୍ତ ଚାପ ବଡିଯାଇଥିବା ବେଳେ sugar ଲେବୁଲ ମଧ୍ଯ ଅଧିକ ହୋଇଛି।
ତେବେ ଗତ କାଲି ରାତିରେ ଖୋର୍ଦ୍ଧା ଜେଲରେ  ପ୍ରଶାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।ଏଥି ପାଇଁ ତାଙ୍କ ଓକିଲ ଅସୁସ୍ଥତା ଥିବା ନେଇ କୋର୍ଟ ରେ ଅପିଲ କରିଥିଲେ। 
ଏହା ସହ ପ୍ରଶାନ୍ତ ଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତି କରାଯାଉ ବୋଲି ଆବେଦନ କରିଥିଲେ।ତେବେ କୋର୍ଟ ଆବେଦନ କୁ ଗ୍ରହଣ କରି ଚିକିତ୍ସା ପାଇଁ ଅନୁମତି ଦେଇଥିଲେ।ତେବେ ଆଜି ଭୋର ୪ଟା ରେ କଟକ SCB ମେଡ଼ିକାଲରେ ଭର୍ତି କରାଯାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଉଁରି ପାଟଣା ପୁର ରେ evm ଭଙ୍ଗା ଯିବା ଅଭିଯୋଗରେ ପ୍ରଶାନ୍ତ କୁ ଗିରଫ କରାଯାଇଥିଲା।ଏପରିକି ରିରଫ ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲ କୁ ପଠାଯାଇଥିଲା। କିନ୍ତୁ ଗିରଫ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ବାରେ ଲାଗିଥିଲା।ଆଉ ଆଜି ସକାଳୁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତି କରାଯାଇଛି।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।