ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଯୁବକ ଗୁରୁତର।
ଖୋର୍ଦ୍ଧା (ଧନୁଷ ଏକ୍ସପ୍ରେସ ବ୍ୟୁରୋ):ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଜଣେ ଯୁବକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ Antivirus ଚିକିତ୍ସିତ।ସୂଚନାରୁ ଜଣା ପଡିଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଭଜାଗଡ ଗ୍ରାମର ଘଟଣା ଚଳିତ ନିର୍ବାଚନ ସମୟରେ ରାଜନୈତିକ ଝଳର ସମର୍ଥନ କୁ ନେଇ ଘଟଣା ଘଟିଛି।
ଭଜାଗଡ ଗ୍ରାମର ଦେବରାଜ ଜେନା ବିଜେପି ଦଳକୁ ସମର୍ଥନ କରି କାମକରୁଥିବାରୁ ଉକ୍ତ ଗ୍ରାମର ମନୋଜ ଉଦୟସିଂହ ବିଜେଡି ଝଳକୁ ସମର୍ଥନ କରୁଥିଲେ।
ଗତ କାଲି ୨୭.୫.୨୪ ତାରିଖ ସଂନ୍ଧ୍ୟା ସମୟରେ ଦେବରାଜ ଗାଁ ମନ୍ଦିର ମଣ୍ଡପରେ ଶୋଇଥିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମନୋଜ ଉଦୟସିଂହ ଓ ତାଙ୍କର ଜଣେ ସାଥି ରବିନ୍ଦ୍ର ପ୍ରଧାନ ମିଳିତ ହୋଇ ଅତର୍କିତ ଆକ୍ରମଣ କରି ଥିଲେ।
ଆକ୍ରମଣରେ ଦେବରାଜର ମୁହଁରେ ଶକ୍ତ ଆଘାତ ଲାଗିଥିଲା।ଦେବରାଜ କୁ ପ୍ରଥମେ ଟାଗିଂ ଓ ପରେ ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର କ୍ୟାପିଟାଲ ହସପିଟାଲ କୁ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି।
Comments
Post a Comment