ପତଞ୍ଜଳି ଯୋଗପୀଠ ବଡମ୍ବା ପ୍ରଖଣ୍ଡ ତରଫରୁ ନୂତନ ବିଧାୟକଙ୍କୁ ସମ୍ବର୍ଦ୍ଧନା ।

ଧନୁଷ ଏକ୍ସପ୍ରେସ ବ୍ୟୁରୋ,ବଡମ୍ବା (୧୬/0୬):-ବଡମ୍ବା ପ୍ରଖଣ୍ଡ ପତଞ୍ଜଳି ପରିବାର ତରଫରୁ ଯୋଗଗୁରୁ ସନାତନ ସାହୁ ଓ ରଜନୀ ରାଣୀ ସାହୁଙ୍କ ତତ୍ୱାବଧାନରେ ରତାପlଟର ଆଦର୍ଶ ପୋଖରୀ ସଂଲଗ୍ନ ଶିଶୁ ଉଦ୍ୟାନ ପରିସରରେ ପତଞ୍ଜଳି ଯୋଗପୀଠର ଏକଦିବସିୟ ଯୋଗ ଶିବିର ଆୟୋଜନ କରାଯାଇଥିଲା l 
ଓଡିଶା ସହ ପ୍ରଭାରୀ ସୁନୀଲ କୁମାର ଶର୍ମାଙ୍କ ସଂଯୋଜନାରେ କଟକ ଜିଲ୍ଲାର ପ୍ରଭାରୀ ଶିଶିର କୁମାର ଜେନାଙ୍କ ମାର୍ଗଦର୍ଶନରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ବଡମ୍ବା ବିଜୟ କୁମାର ଦଳବେହେରା,ମୁଖ୍ୟବକ୍ତା ଭାବେ ପତଞ୍ଜଳି ପରିବାରର ତିଗିରିଆ ପ୍ରଭାରୀ ଅଧ୍ୟାପକ ପଦ୍ମନାଭ ଶତପଥୀ,ସମ୍ମାନିତ ଅତିଥିଭାବେ ରତାପlଟ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ଛତ୍ର,ଯୋଗ ଗୁରୁ ଆଶିଷ ହାଲଦାର ଉପସ୍ଥିତ ଥିଲେ l ବଡମ୍ବା ପ୍ରଭାରୀ ଯୋଗଗୁରୁ ସନ୍ତୋଷ କୁମାର ପଟ୍ଟନାୟକ ଓ ପତଞ୍ଜଳି ଯୋଗପିଠର ବଡମ୍ବା ଓ ତିଗିରିଆର ପ୍ରଚାରକ ଯୋଗାଚାର୍ଯ୍ୟ ପୀତବାସ କରଣ ଏବଂ ତିଗିରିଆ ସହ ପ୍ରଭାରୀ ସୁଭଦ୍ରା ସାହୁ ବଡମ୍ବା ଅଂଚଳରୁ ଆସିଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ସୂର୍ଯ୍ୟନମସ୍କାର,ଆସନ, ପ୍ରାଣାୟାମ ଇତ୍ୟାଦି ଶିଖାଇଥିଲେ l ପରେ ପରେ ପତଞ୍ଜଳି ପରିବାର ତରଫରୁ ଚଳିତ ବିଧାନସଭାକୁ ବଡମ୍ବା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ନୂତନ ବିଧାୟକ ବିଜୟ କୁମାର ଦଳବେହେରାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ପରେ ପରେ ମୁଖ୍ୟଅତିଥି ଯୋଗ କରୁଥିବା ସମସ୍ତ ଭାଇ ଭଉଣୀମାନଙ୍କୁ ସମାଜକୁ ନିରୋଗ ରହିବା ପାଇଁ ମାର୍ଗ ଦର୍ଶନ କରୁଥିବାରୁ ଧନ୍ୟବାଦ ଅର୍ପଣ କରିବା ସହିତ ଆଗାମୀ ଜୁନ ୨୧ରେ ହେବାକୁ ଥିବା ବିଶ୍ୱଯୋଗ ଦିବସ ଅବସରରେ ପ୍ରତି ପଂଚାୟତରେ ଏହିଭଳି କାର୍ଯ୍ୟକ୍ରମ କରିବାପାଇଁ ଆଗ୍ରହ କରିଥିଲେ ଏବଂ ଯୋଗ ପାଇଁ ଆବଶ୍ୟକ ସମସ୍ତ ଭିତିଭୂମି ଯୋଗାଇଦେବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କଟକ ଜିଲ୍ଲା ମାର୍ଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା,ଅଧିବକ୍ତା ଅଖିଳ କୁମାର ଦାସ,ଆର୍ଯ୍ୟସମାଜର ଆଦିକନ୍ଦ ବାନପ୍ରସ୍ତି,ବୈକୁଣ୍ଠନାଥ ସାହୁ,ପ୍ରଭାକର ରାଉତ, ଅନିତା ରାଣୀ ସାହୁ, ସୁଶାନ୍ତ କୁମାର ନାୟକ,ଶକ୍ତିଶଙ୍କର ପଟ୍ଟନାୟକ,ମିଥୁନ ବଳିୟାର ସିଂହ, ରାମଚନ୍ଦ୍ର ପାତ୍ର, ଆର୍ତ୍ତ ତ୍ରାଣ ସାହୁ,ନାରାୟଣ ବେହେରା ପ୍ରଭୁତି ଆଗାମୀ ଯୋଗଦିବସ କିପରି ସବୁ ଗାଁ ଗାଁରେ ପାଳିତ ହେବ ସେହି ଉପରେ ବାର୍ତ୍ତା ରଖିଥିଲେ l ସର୍ବଶେଷରେ ବଡମ୍ବା ପତଞ୍ଜଳି ପରିବାରର ପ୍ରଭାରୀ ସନ୍ତୋଷ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।