ଚଟୁଆ ଉଚ୍ଚବିଦ୍ୟାଳୟ ୧୯୮୮ ବ୍ୟାଚ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା।

ଧନୁଷ ଏକ୍ସପ୍ରେସ ବ୍ୟୁରୋ, ଜଗତସିଂହପୁର: ଏରସମା ବ୍ଲକ ଚଟୁଆ  ସରକାରୀ ଉଚ୍ଚ ବିଦ୍ୟାଳୟ  ୧୯୮୮ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଚଟୁଆ ହାଇସ୍କୁଲ ପ୍ରାଙ୍ଗଣରେ ପ୍ରାୟ ୩୬ ବର୍ଷପରେ  ଅନୁଷ୍ଠିତ ହୋଇଯାଇଛି।
 ଚଟୁଆ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଦୂର୍ଯୋଧନ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ।ବଟୁଆ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶଙ୍କରର୍ସଣ  ସ୍ୱାଇଁଙ୍କ ସଭାପତି ତ୍ବରେ  ଶିକ୍ଷକ ଶୁକଦେବ ଷଡ଼ଙ୍ଗୀ, ରାଜେନ୍ଦ୍ର ତ୍ରିପାଠୀ , ପ୍ରହଲ୍ଲାଦ ପ୍ରଧାନ, ଗୟାଧର ରାଉତ, ଚନ୍ଦ୍ର ଭାନୁ ବେହେରା କିରାଣୀ ଭାବଗ୍ରାହୀ ବାରିକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବା ସହିତ ଦୀର୍ଘାଉ ଜୀବନ କାମନା କରିଥିଲେ, ଶିକ୍ଷକ ଶୁକଦେବ ଷଡ଼ଙ୍ଗୀ ବକ୍ତବ୍ୟ ରଖିଥିଲେ ଚଟୁଆ ହାଇସ୍କୁଲ ଏରସମା ବ୍ଲକରେ ଚଟୁଆ ଦ୍ଵିତୀୟ ହାଇସ୍କୁଲ , ଆମେ ଏକାଠି  ହୋଇ ଗୋଲ୍ଡେନଯୁବୁଲି ପାଳନ କରିବା , ଛାତ୍ର ଡ଼ ବିନୋଦ ମିଶ୍ର ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ସହିତ ୧୯୮୮  ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କ ଉଦେମ୍ୟରେ ୩/୭/୨୫/ ତାରିଖରେ ଗୋଲ୍ଡେନ ଯୁବୁଲି କରାଯିବ ବୋଲି ଡଃ ମିଶ୍ର  ପ୍ରତିଶ୍ରୁତି ଦେଇଥିଲେ। ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ।ଏଥିସହିତ ପରଷ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବାପାଇଁ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନ କରିବାକୁ ଏହି ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରାକ୍ତନ ଛାତ୍ର ଡ଼ ବିନୋଦ ମିଶ୍ର, ସୁରେନ୍ଦ୍ର ସ୍ୱାଇଁ, ଶରତ ଚନ୍ଦ୍ର ବାରିକ, ତ୍ରିଲୋଚନ ଦାସ, ସୁରେଶ ଚନ୍ଦ୍ର ସାହାଣୀ, ପ୍ରଦୀପ୍ତ ପ୍ରଧାନ, ସରୋଜ କୁମାର ମହାପାତ୍ର, ଗିରିଜା ପ୍ରସାଦ ମହାନ୍ତି, ବିନୋଦ ବିହାରୀ ମଲ୍ଲ, ଯୋଗେନ୍ଦ୍ର ପରିଡ଼ା , ସରୋଜିନୀ ମିଶ୍ର, ଶୁଭ ଲକ୍ଷ୍ମୀ ଶତପଥୀ, ରୀନାରାଣୀ ରାଉତରାୟ, ନୀହାରିକା ଷଡ଼ଙ୍ଗୀ ନୀଲିମା ଦାସଙ୍କ ସମେତ ୧୯୮୮ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନରେ ଯୋଗ ଦେଇଥିଲେ ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।