ବଡମ୍ବା ବ୍ଲକ ପକ୍ଷରୁ ନବନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ।

ଧନୁଷ ଏକ୍ସପ୍ରେସ ବ୍ୟୁରୋ (ବଡ଼ମ୍ବା): ବଡମ୍ବା ବ୍ଲକ ପକ୍ଷରୁ ବିଧାୟକ ବିଜୟ କୁମାର ଦଳବେହେରା ଙ୍କୁ ଏକ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ବଡମ୍ବା ବ୍ଲକ ମଣ୍ଡଳ ଉର୍ନୟନ ଅଧିକାରୀ ରମେଶ କୁମାର ଜେନା, ବଡ଼ମ୍ବା ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି, ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସ୍ଵର୍ଣଲତା ବେହେରା ଉପସ୍ଥିତ ଥିଲେ। ପ୍ରଥମେ ବିଧାୟକ ପହଂଚି ବ୍ଲକ ପରିସରରେ ଥିବା ମହାନ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ମୁଣ୍ଡିଆ ମାରିଥିଲେ। ପରେ ବ୍ଲକ ସଭାଗୃହ ରେ ଆୟୋଜନ ସଭାରେ ଯୋଗ ଦେଇଥିଲେ। ବଡମ୍ବା ବ୍ଲକ ର ସମସ୍ତ ବିଭାଗ ପକ୍ଷରୁ ଅଧିକାରୀ ମାନେ ବିଧାୟକ ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ।ପରେ ବିଧାୟକ ଉକ୍ତ ସଭାରେ ସମସ୍ତ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇବା ସହ ନିଜର କର୍ମ କୁ ଏପରି କରିବା କୌଣସି ସାଧାରଣ ଲୋକଟିଏ କୌଣସି ଅସୁବିଧାର ସମ୍ମୁଖୀନ ହେବନାହିଁ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।