ଖୋର୍ଦ୍ଧା : ଯୁକ୍ତ ଦୁଇ କଳା ରେ ଟପ୍ପର ହୋଇଛନ୍ତି ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ରୀ ରୁପ୍ସା ଦାଶ।

ଖୋର୍ଦ୍ଧା (ଧନୁଷ ଏକ୍ସପ୍ରେସ ବ୍ୟୁରୋ):ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ଫଳାଫଳ। ଏହି ପରୀକ୍ଷାରେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ରୀ ରୁପ୍ସା ଦାଶ 600 ରୁ 530 ମାର୍କ ରଖି କଳା ବିଭାଗରେ ଟପ୍ପର ହୋଇଛନ୍ତି। ଖୋର୍ଦ୍ଧା ଗୁରୁଜଙ୍ଗ ନିବାସୀ ସଞ୍ଜୟ କୁମାର ଦାଶ ଏବଂ ଶୁଭସ୍ମିତା ଦାଶଙ୍କ ଜ୍ୟେଷ୍ଠ କନ୍ୟା ରୁପ୍ସା ନିଜ ସଫଳତା ପାଇଁ ଭଗବାନ ଙ୍କ ଆଶୀର୍ବାଦ ସହିତ ନିଜର ମା, ବାପା,ଗୁରୁଜନ,ଭାଇ, ଭଉଣୀ,ଶିକ୍ଷକ,ଶିକ୍ଷୟିତ୍ରୀ, ସହପାଠୀ ତଥା ବରିଷ୍ଠ ସହପାଠୀ ଙ୍କୁ ଶ୍ରେୟ ଦେଇଛନ୍ତି।ଏଥିପାଇଁ ସେ ଦିନକୁ 10- 12 ଘଣ୍ଟା ପରିଶ୍ରମ କରିବାକୁ ପଡୁଥିବା ବେଳେ ପରୀକ୍ଷା ସମୟରେ ରାତିରୁ ଉଠି ଟିକେ ଅଧିକ ପରିଶ୍ରମ କରିଥିବା ସେ କହିଛନ୍ତି। ମାଟ୍ରିକ ରେ 530 ମାର୍କ ରଖି ମଧ୍ୟ ନିଜ ମା, ବାପା ଙ୍କ ପରାମର୍ଶ କ୍ରମେ ଯୁକ୍ତ ଦୁଇ ରେ କଳା ବିଷୟ କୁ ବାଛି ଥିଲେ ସେ। ଯଦିଓ ଅଧିକାଂଶ ପିଲା ଉଚ୍ଚ ଶିକ୍ଷା ପାଇଁ ବିଜ୍ଞାନ ଏବଂ ବାଣିଜ୍ୟ କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ଜଣେ ଯଦି ଇଚ୍ଛା କରେ ତେବେ ନିଜ ସାଧନା ବଳରେ କଳାରେ ମଧ୍ୟ ଉନ୍ନତ ଶିକ୍ଷା ପାଇ ପାରିବେ ବୋଲି ସେ କହିଛନ୍ତି। ତାଙ୍କ ବାପା ଜଣେ ଆଇନଜୀବୀ ହୋଇଥିବାରୁ ସେ ମଧ୍ୟ ଆଗକୁ ଆଇନ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଲାଭ କରି ଓଡ଼ିଶା ଆଇନ ସେବା ପରୀକ୍ଷା ଦେଇ ଜଣେ ଭଲ ନ୍ୟାୟଧୀଶ ହେବାକୁ ଲକ୍ଷ ରଖିଛନ୍ତି. ଝିଅର ଏହି କୃତିତ୍ୱ ପାଇଁ ଉଭୟ ବାପା ମା ବହୁତ ଗର୍ବିତ ବୋଲି ପ୍ରକାଶ କରିଛନ୍ତି. ଯଦିଓ ତାଙ୍କର ପୁଅ ନାହାନ୍ତି କିନ୍ତୁ ଆଜି ତାଙ୍କ ଝିଅ ତାଙ୍କୁ ଯେପରି ଗୌରବ ଆଣି ଦେଇଛି ତାଙ୍କୁ କେବେ ପୁଅର ଅଭାବ ଅନୁଭୂତ ହେବ ନାହିଁ ବୋଲି ଶ୍ରୀଯୁକ୍ତ ଦାଶ କହିଛନ୍ତି। ମା ଶୁଭସ୍ମିତା ଜଣେ ଗୃହିଣୀ ହୋଇ ମଧ୍ୟ ନିଜ ଝିଅର ପାଠ ପଢ଼ାରେ ଯେପରି ବ୍ୟାଘାତ ନ ହୁଏ ସେଥି ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି ତେଣୁ ଏପରି ସଫଳତା ପାଇଁ ସମଗ୍ର ଅଞ୍ଚଳ ବାସୀ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗର୍ବିତ ବୋଲି ମତ ପ୍ରକାଶ କରିଛନ୍ତି।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।