ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିହଙ୍ଗ ଫାଉଣ୍ଡେସନ ପକ୍ଷରୁ ଆଜି ଶ୍ରୀ ଶ୍ରୀ ଉମାମହେଶ୍ୱର ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ।

ଖୋର୍ଦ୍ଧା (ଧନୁଷ ଏକ୍ସପ୍ରେସ ବ୍ୟୁରୋ):  ବିହଙ୍ଗ ଫାଉଣ୍ଡେସନ ପକ୍ଷରୁ ଆଜି ଶ୍ରୀ ଶ୍ରୀ ଉମାମହେଶ୍ୱର ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଚାଳିଶ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇ ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସ ବିଷୟବସ୍ତୁ ସମ୍ପର୍କିତ ଚିତ୍ରାଙ୍କନ ଅଙ୍କନ କରି ନିଜ ସର୍ଜନାତ୍ମକ ପ୍ରତିଭା ପ୍ରତିପାଦିତ କରିଥିଲେ।
ବିଚାରକ ତଥା ଅତିଥିଭାବେ ବିଶିଷ୍ଟ ଚିତ୍ର ଶିଳ୍ପୀ ଶିତିକାନ୍ତ ସାମନ୍ତସିଂହାର ଓ ସଂଜୀବ ମହାରଣା ଯୋଗଦେବା ସହ ଚିତ୍ରଶିଳ୍ପ ସମ୍ପର୍କିତ ନିଜ ନିଜର ଦୀର୍ଘ ଅନୁଭୂତି ଉପସ୍ଥାପିତ କରି କୃତୀ ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଏହାପରେ ବିହଙ୍ଗ ଫାଉଣ୍ଡେସନର ଉପସଭାପତି ପ୍ରକୃତିବନ୍ଧୁ ଡକ୍ଟର ଅକ୍ଷୟ କୁମାର ମିଶ୍ର, ଚିଲିକା ଶିଶୁକଳା ପ୍ରତିଷ୍ଠାନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ଗୌଡ଼, ବିହଙ୍ଗ ଫାଉଣ୍ଡେସନ ସଂଯୋଜକ ଭାଗିରଥି ପାଇକରାୟ, ନବ ନାରାୟଣ ଜାଲି ପ୍ରମୁଖ ସାମ୍ପ୍ରତିକ ପରିବେଶ ଓ ଆମ ଦାୟିତ୍ୱ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପାଦକ ବବୁଲ ରଣ ସିଂ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହାପରେ ଶ୍ରୀ ଉମାମହେଶ୍ୱର ମନ୍ଦିର ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରାଯିବା ସହ ଛାତ୍ର ଛାତ୍ରୀ ମାନଙ୍କ ସହ ଏକ ଶୋଭlଯାତ୍ରା କରାଯାଇଥିଲା।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।