ବଡ଼ମ୍ବା ଓକିଲ ସଂଘ ତରଫରୁ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ।
ଧନୁଷ ଏକ୍ସପ୍ରେସ ବ୍ୟୁରୋ:- କଟକ
ବଡ଼ମ୍ବା ଓକିଲ ସଂଘ ତରଫରୁ ନବ ନିର୍ବାଚିତ ବିଧାୟକ ବିଜୟ କୁମାର ଦଳବେହେରା ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂଘର ସଭାପତି ଆଇନଜୀବୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଆଇନଜୀବୀ କୈଳାସ ଚନ୍ଦ୍ର ଜେନା, ଦିଲିପ କୁମାର ସାମନ୍ତ, ମନୋଜ କୁମାର ପଣ୍ଡା ପ୍ରମୁଖ ସଂଘ କର୍ମକର୍ତ୍ତା ଯୋଗ ଦେଇଥିଲେ । ସାଂସଦ ଶ୍ରୀ ମହତାବ ତାଙ୍କ ଅଭିଭାଷଣରେ ଆଇନଜୀବୀଙ୍କ ମୁକ୍ତ ଅଭିବ୍ୟକ୍ତି ଓ ବିଚାର ସମ୍ପର୍କରେ ଉଲ୍ଲେଖ କରିଥିବା ବେଳେ ବିଧାୟକ ଶ୍ରୀ ଦଳବେହେରା ବଡ଼ମ୍ବାରେ ଦମକଳ କେନ୍ଦ୍ର ପ୍ରତିଷ୍ଠାଠୁ ଧରି ସବଜଜ୍ କୋର୍ଟ ପ୍ରତିଷ୍ଠା ପର୍ଯ୍ୟନ୍ତ ବିଭିନ୍ନ ବିକାଶ ମୁଳକ ଯୋଜନାରେ ଅଧିବକ୍ତାଙ୍କ ଅଗ୍ରଣୀ ଭୂମିକା ପ୍ରଶଂସନୀୟ ବୋଲି ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ l ଏହି ଅବସରରେ ସଂଘର ସଦସ୍ୟମାନେ ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସାଂସଦ ଏବଂ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାମ୍ପନ କରିଥିବା ବେଳେ ଆଇନଜୀବୀ କୈଳାସ ଚନ୍ଦ୍ର ଜେନା ସ୍ଵରଚିତ 'ବଡ଼ମ୍ବା ଇତିହାସ ଓ ଭୂଗୋଳ' ବହି ଅତିଥି ଦ୍ଵୟଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତାଙ୍କ ଆଇନଜୀବି ବିଷ୍ଣୁ ପ୍ରସାଦ ସାହୁ, ବିଧୁ ଭୂଷଣ ମହାନ୍ତି, ଲକ୍ଷ୍ମୀପ୍ରିୟା ପାଳ, ସଞ୍ଜୁଲତା ଦେଇ, ସନ୍ତୋଷ କୁମାର ବେହେରା, ଅନରେଶ ରଥ ପ୍ରଭାତ କୁମାର ନାୟକ, ସଲିଲ କୁମାର ଜେନା, ଗିରିଜା ପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ ଆଇନଜୀବୀମାନେ ଉପସ୍ଥିତ ଥିଲେ ।
*
Comments
Post a Comment