ଢ଼େଙ୍କାନାଳ ରେ ମହାପ୍ରଭୁଙ୍କ ସୁନାବେଶ ।

ଢ଼େଙ୍କାନାଳ (ଧନୁଷ ଏକ୍ସପ୍ରେସ ବ୍ୟୁରୋ): ଗଣେଶ ବଜାର ସ୍ଥିତ ରଥଖଳାଠାରେ ରଥରେ ଜଗନ୍ନାଥଙ୍କୁ ହରି ଶୟନ ବଡ ଏକାଦଶୀ ରେ ସୁବର୍ଣ୍ଣବେଶ କରାଯାଇଥିଲା। ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟା ସମୟରେ ସୁନା ଅଳଙ୍କାର ଲାଗି କରାଯାଇଥିଲା। ସୁନା ମୁକୁଟ ,କମର ପଟି ଶ୍ରୀପ୍ରୟର,ସୁନା ହାତ, ସଂଙ୍ଖ, ଚକ୍ର ଲାଗି କରାଯାଇଥିଲା। ତୁଳସୀ ହାର ଫୁଲ ହାର ରେ ସୁସଜ୍ଜିତ କରାଯାଇଥିଲା । ମଙ୍ଗଳାର୍ପଣ ପୂଜା ପରେ ଆଳତି ଓ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା। ରାଜପରିବାରର ପକ୍ଷରୁ ରାଜପୋରଧା ପଞ୍ଚାନନ ମିଶ୍ର ରଥ ଉପରେ ପୂଜାର୍ଚ୍ଚନା କରିଥିଲେ।ପୂଜକ ମଳୟ କର ପୂଜକ ଶ୍ରୀବତ୍ସ ମିଶ୍ର ପୂଜକ ମନସୁମନ ମିଶ୍ର,ପାଳିଆସେବକ ବାବାଜୀ ମହାପାତ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର ପାଳିଆସେବକ ବ୍ରଜମୋହନ ମହାପାତ୍ର କାହାଳିଆ ଟିକନ ବେହେରା ଦେବଦତ୍ତ ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ନିତି ସମ୍ପୂର୍ଣ୍ଣ ହୋଇଥିଲା।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।