ବାଂଲାଦେଶୀ ଅନୁପ୍ରବେଶ କାରୀ ହିନ୍ଦୁ ବିରୋଧୀ ଙ୍କୁ ଚିହ୍ନଟ ଓ ବିତାଡିତ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର।


କୋରାପୁଟ (ଧନୁଷ ଏକ୍ସପ୍ରେସ ବ୍ୟୁରୋ ) : କୋରାପୁଟ ସହର ସହିତ ଜିଲ୍ଲାରେ ଥିବା ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀଙ୍କୁ ତୁରନ୍ତ ଚିହ୍ନଟ କରିବା ସହ ବିତାଡିତ କରିବା ଦାବିରେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଆଜି ପ୍ରଦାନ କରାଯାଇଛି।
ଗତ କିଛିଦିନ ତଳେ ବାଙ୍ଗଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ କରାଯାଇଥିବା ଅତ୍ୟାଚାର ଓ ହତ୍ୟା ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ହାଇସ୍କୁଲ ପଡିଆରୁ ବାହାରି ସହର ପରିକ୍ରମା କରାଯାଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଥିଲା। ଏଥିରେ ବଙ୍ଗଳା ଦେଶ ରୁ ଗୁପ୍ତରେ ଆସି କୋରାପୁଟ ସହର ସହିତ ଜିଲ୍ଲାର ବିଭିର୍ଣ୍ଣ ସ୍ଥାନରେ ଲୁଚି ଥୁବା ବ୍ୟକ୍ତିଙ୍କୁ ତୁରନ୍ତ ଚଚିହ୍ନଟ କରିବା ସହ ସେମାନଙ୍କୁ ଜିଲ୍ଲାରୁ ବିଦାକରିବା ଦାବି କରିଛନ୍ତି।ଏହି ଦାବିପତ୍ର ଦେବା ବେଳେ ବରିଷ୍ଟ ଆଇନଜୀବୀ ଅଶୋକ କୁମାର ଷଢଙ୍ଗୀ, ଅରୁଣ କୁମାର ସାହୁ , ରାଜେଶ ସୋନିଯା,ଶିଶିର ଆଚାର୍ଯ୍ୟ , ସନ୍ତୋଷ କୁମାର , ରାମ ପ୍ରସାଦ ସାହୁ, ବିଜୟ କୁମାର ମିଶ୍ର  ଙ୍କ ସହ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ। 
#koraputnews 
#Dhanushexpress 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।