ପାରାଦୀପ ଅଠରବାଙ୍କ ଉଠା ବ୍ୟବସାୟୀଙ୍କ ଉପରେ ପୌର ପରିଷଦ କର୍ମଚାରୀଙ୍କ ଜୁଲୁମ।
ପାରାଦୀପ (ଧନୁଷ ଏକ୍ସପ୍ରେସ ବ୍ୟୁରୋ ):ପାରାଦୀପ ଅଠର ବାଙ୍କୀ ପରିବା ମାର୍କେଟ ବାହାରେ ବସି ଉଠା ବ୍ୟବସାୟୀ ମାନେ ବିଭିନ୍ନ ଗ୍ରାମାଞ୍ଚଳ ରୁ ଆସୁଥିବା ଗରିବ ପରିବା ବ୍ୟବସାୟୀ ଙ୍କ ଉପରେ ପାରାଦୀପ ପୌର ପରିଷଦ ର କର୍ମ ଚାରି ଓ ପାରାଦୀପ ବନ୍ଦର ର ଇଷ୍ଟେଟ ବିଭାଗ ପକ୍ଷରୁ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ବାରମ୍ବାର ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଙ୍କୁ ଜଣାଇବା ପରେ କୌଣସି ସୁଫଳ ମିଳିନଥିବା ବେଳେ ସବୁଦିନ ଭଳି ଆଜି ମଧ୍ଯ ଉଠା ବ୍ୟବସାୟୀ ମାନେ ନିଜର ପସରା ମେଲାଇ ଥିଲେ l ଠିକ୍ ସେହି ସମୟରେ ପାରାଦୀପ ପୌର ପରିଷଦର କର୍ମ ଚାରି ଆଜି ପୁନର୍ବାର ଆସି ଉଠା ବ୍ୟବସାୟୀ ଆଣିଥିବା ପରିବାକୁ ଫୋପାଡି ଦେବାରୁ ଏହାକୁ ବିରୋଧ କରି ବ୍ୟବସାୟୀ ମାନେ ମୁଖ୍ୟ ରାସ୍ତା ରେ ପରିବା ଢାଳି ରାସ୍ତା ଅବରୋଧ କରିଥିଲେ l ଏଥିରେ ବହୁ ଗାଡ଼ି ଘୋଡ଼ା ରାସ୍ତା ଉପରେ ଛିଡା ହୋଇ ଥିବା ବେଳେ ଏକ ଘଣ୍ଟା ଧରି ରାସ୍ତାରେ ସଧାରଣ ଲୋକଙ୍କ ଯାତାୟତ ବାଧା ପ୍ରାପ୍ତ ହୋଇଥିଲା l ପରେ ପାରାଦୀପ ଥାନା ଅଧିକାରୀ ଘଟଣାସ୍ଥଳ ରେ ପହଞ୍ଚି ସେମାନଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟି ଥିଲା ।
#paradeepnews
#Dhanushexpress
Comments
Post a Comment