ଉତ୍କଳ କଳାକାର ମହାସଂଘର ବୈଠକ
ଖୋର୍ଦ୍ଧା, (୨୫/୮ସୂର୍ଯ୍ୟକାନ୍ତ ଦଳାଇ ):ଖୋରଧା ଉତ୍କଳ କଳାକାର ମହାସଂଘ ଖୋରଧା ଜିଲ୍ଲାର ଏକ ସମ୍ମିଳନୀ ମା' ବରୁଣେଇ ଙ୍କ ପୀଠରେ ପ୍ରଫୁଲ୍ଲ ଚନ୍ଦ୍ର ଜେନା ଙ୍କ ନେତୃତ୍ୱ ଏବଂ ଦଣ୍ଡପାଣି ଜେନା, ଟୁନିବାଳା ପଟ୍ଟନାୟକ ଙ୍କ ଆବାହକତ୍ୱ ରେ ଆଜି ଅନୁଷ୍ଠିତ ହୋଇଯାଇଅଛି l ଖୋରଧା ଜିଲ୍ଲାର ସବୁ ବର୍ଗର ପ୍ରାୟ ୩୦୦ଜଣ କଳାକାର ଅଂଶ ଗ୍ରହଣକରି ଉକ୍ତ ମହାସଂଘ କୁ ରାଜ୍ୟ ସ୍ତରରେ ସଶକ୍ତ କରିବାପାଇଁ ଅକୁଣ୍ଠ ସମର୍ଥନ ଓ ସହଯୋଗ ଯୋଗାଇଦେବା ପାଇଁ ଅଙ୍ଗିକାର ବଧତା ପ୍ରକାଶ କରିଥିଲେ l ମୁଖ୍ୟ ଅତିଥିଭାବରେ ଭାରତୀୟ ମଜଦୁର ସଂଘ ଖୋରଧା ଶାଖାର ସମ୍ପାଦକ ଅକ୍ଷୟ ରାଉତରାୟ ଯୋଗଦାନ କରିଥିଲେ l ଆନୁଷ୍ଠାନିକ ଭାବେ ଉକ୍ତ ସଭାରେ ସଭାପତି କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ଜେନା l ସର୍ବସଂମ୍ମତଭାବରେ କାର୍ଯ୍ୟକର୍ତା ଯଥା କର୍ମେ ସଭାପତି :- ପ୍ରଫୁଲ୍ଲ ଚନ୍ଦ୍ର ଜେନା,ଉପ- ସଭାପତି ସୁରେଶ କୁମାର ଜେନା, ମନୋଜ କୁମାର ପଟ୍ଟନାୟକ, ସମ୍ପାଦକ - ଦଣ୍ଡପାଣି ଜେନା, ସ - ସମ୍ପାଦକ - ପ୍ରତିମା ପ୍ରଧାନ, କୋଷାଧକ୍ଷ - ଟୁନିବାଳା ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା :- ଲିଙ୍ଗରାଜ କୋଦାମାସିଂହ ଏବଂ ଅକ୍ଷୟ କୁମାର ରାଉତରାୟ ଙ୍କୁ ମନୋନୟନ କରାଗଲା l ଉକ୍ତ କମିଟି ପ୍ରତେକ ବ୍ଲକ ଏବଂ ଜିଲ୍ଲା ଗସ୍ତ କରି ସଂଘ କୁ ସଶକ୍ତ କରିବା ପାଇଁ ପ୍ରସ୍ତାବ ପାରିତ ହେବାସହ କଳାକାର ମାନଙ୍କ ସୁଖ ଦୁଃଖରେ ସହଭାଗୀ ହେବାପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା।
Comments
Post a Comment