ଢେଙ୍କାନାଳ ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ବେଶ ଧୁମଧାମରେ ପାଳିତ।
ଢେଙ୍କାନାଳ (ଧନୁଷ ଏକ୍ସପ୍ରେସ ବ୍ୟୁରୋ ):ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ବେଶ ଧୁମଧାମରେ ପାଳିନ କରାଯାଇଛି l ସକାଳ ୬ ଘଟିକାରେ ପ୍ରଭାତଫେରି କରାଯାଇଥିଲା ଓ ସକାଳ ୭ଟା ବାଜି ୩୦ ମିନିଟ୍ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପତାକା ଉତ୍ତୋଳନର ସମସ୍ତ ପ୍ରସ୍ତୁତି ସାରିଥିଲେ l ପ୍ରଥମେ ପିଲାମାନଙ୍କ ଦ୍ୱରା ଜାତୀୟ ଗୀତ "ବନ୍ଦେ ମା ତାରମ" ଓ ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ "ଜନଗଣମନଅଧି ନାୟକ ଜୟ ହେ" ଗାନ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ରଖିଥିଲେ l ଏହାପରେ ସେ ବିଦ୍ୟାଳୟରେ ଗଠିତ NCC, Civilian, Guide ଏବଂ Red Cross troop ଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ତରଫରୁ ପିଲାମାନଙ୍କୁ ମିଷ୍ଠନ୍ନ ବଣ୍ଟା ଯାଇଥିଲା ଲ
#Dhankanal
#Dhanushexpress
Comments
Post a Comment