ପୁରୀ -ଭୁବନେଶ୍ୱର ରାସ୍ତା ହେବ ଛଅ ଲାଇନ ବିଶିଷ୍ଟ.।



ଧନୁଷ ଏକ୍ସପ୍ରେସ ବ୍ୟୁରୋ :ଭୁବନେଶ୍ବର-ପୁରୀ ରାସ୍ତା ହେବ ୬ ଲେନ୍‌।ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା।ପ୍ରେସମିଟ୍‌ରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
୬ ଲେନ୍‌ ରାସ୍ତା ସହ ୨ ଲେନ୍‌ ସର୍ଭିସ ରୋଡ୍‌ ବି ରହିବ।ପୁରୀ-ଭୁବନେଶ୍ବର ରାସ୍ତା ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି।ବ୍ୟସ୍ତବହୁଳ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ହେବ ୮ ଲେନ୍‌।ପ୍ରାୟ ୨ଶହ କିମି ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ହେବ ୮ ଲେନ୍‌।ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା୮ ଲେନ୍‌ ରାସ୍ତା ସହ ୨ ଲେନ୍‌ ସର୍ଭିସ ରୋଡ୍ ବି ରହିବ।ଖୋର୍ଦ୍ଧା-ନୟାଗଡ଼ ଏନ୍‌ଏଚ୍‌-୫୭ ହେବ ୪ ଲେନ୍‌।୪ ଲେନ୍‌ ସହ ସର୍ଭିସ ରୋଡ୍‌ ମଧ୍ୟ ରହିବ, ୧୧ଶହ କୋଟି ଖର୍ଚ୍ଚ ହେବ।କେସିଙ୍ଗା-ଜୁନାଗଡ଼ ଏନ୍‌ଏଚ୍‌-୨୬ ମଧ୍ୟ ୪ ଲେନ୍‌ ହେବ।କେସିଙ୍ଗା-ଜୁନାଗଡ଼ ୪ ଲେନ୍‌ ରାସ୍ତା ପାଇଁ ଖର୍ଚ୍ଚ ହେବ ୧ ହଜାର କୋଟି।
#Dhanushexpress 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।