ସମସ୍ତ ବର୍ଗ ର ଭତ୍ତାଧାରୀ ଙ୍କୁ ବର୍ଦ୍ଧିତ ଭତ୍ତାପ୍ରଦାନ ଓ ଦରଦାମ ବୃଦ୍ଧିକୁ ନେଇ ବଡ଼ମ୍ବା ବିଜେଡି ପକ୍ଷରୁର ଜନସଚେତନତା।
ବଡମ୍ବା (ଧନୁଷ ଏକ୍ସପ୍ରେସ ବ୍ୟୁରୋ ): ଆଜି କଟକ ବଡ଼ମ୍ବା ବ୍ଳକ ଆଡିଆ ମହାଦେବ ପରିଶର ରେ ସମସ୍ତ ବର୍ଗର ଭତ୍ତା ଧାରୀ ଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଓ ଅହେତୁକ ଦରଦାମ କମାଇବା ଦାବିରେ ବିଜୁ ଜନତା ଦଳ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଜେଡି ର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ତଥା ସମୋନ୍ନୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିଲେ।
ତାଙ୍କ ସହ ବଡ଼ମ୍ବା ବ୍ଳକ ଅଧ୍ୟକ୍ଷ ରଘୁପତି ମହାନ୍ତି, ବଡମ୍ବା ବ୍ଳକ ସଭାପତି ରବୀନ୍ଦ୍ର କୁମାର ସାହୁ, ସରପଞ୍ଚ ସଦାନନ୍ଦ ସ୍ୱାଇଁ, ସରପଞ୍ଚ ସନ୍ତୋଷ କୁମାର ମିଶ୍ର, ଅଶୋକ ଜଗଦେବ ଙ୍କ ସମେତ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ଓ ବିଜେଡିର ଆଗ ଧାଡି ର ନେତୃତ୍ୱ ଯୋଗ ଦେଇଥିଲେ।
ତେବେ ବଡମ୍ବା ରେ ସ୍ୱାଧୀନ ବିଧାୟକ ଜିତିବା ପରେ ନବନିର୍ବାଚିତ ବିଧାୟକ ଙ୍କୁ ସିଧା ତୀର ମାରିଛନ୍ତି ଦେବୀପ୍ରସାଦ ମିଶ୍ର।ସ୍ୱାଧୀନ ବିଧାୟକ ଜିତିବା ପରେ ବିଜେପି ଦଳରେ ମିଶିବାପରେ ୧୫ଦିନରେ ପାନୀୟ ଜଳ ଯୋଗାଇବା କହି ଆଜି ପର୍ଯ୍ୟନ୍ତ କଣ ପାଇଁ ଦେଇପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ବଡମ୍ବା ଜନସାଧାରଣ ଙ୍କ ସହ ବିଜେପି ସରକାର ଯେଉଁ ଖେଳ ଖେଳିବାକୁ ଯାଉଛି ତାକୁ ତୀବ୍ର ବିରୋଧ କରାଯିବ ବୋଲି ବିଯୁଜନତା ଦଳ ସଭାପତି ରବୀନ୍ଦ୍ର କୁମାର ସାହୁ କଡା ଚେତାବନୀ ଦେଇଛନ୍ତି।
#badambanews
#Dhanushexpress
Comments
Post a Comment