ବିଦ୍ୟାଳୟ ସ୍ଥାନାନ୍ତର ନିଷ୍ପତି କୁ ନେଇ ଅସନ୍ତୋଷ।
ଜଗତସିଂହପୁର (ଧନୁଷ ଏକ୍ସପ୍ରେସ ବ୍ୟୁରୋ ):ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଗ୍ରାମ ପଞ୍ଚାୟତ ର ଯୋଗିଶାହି, ବଙ୍ଗାଳିସାହି ସରକାରି ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତର ନିଷ୍ପତିକୁ ଅଭିଭାବକ ଓ ଗ୍ରାମବାସୀ ମାନେ ଦୃଢ ବିରୋଧ କରିଛନ୍ତି। କାରଣ jsw ପରିସର ଆଗକୁ ଆଉ ଏକ ଜାଗା ଆଛି ସେଠାରେ ସ୍କୁଲଟିକୁ ନିର୍ମାଣ କରିଲେ ସେଇ ଗ୍ରାମର କୁନିପିଲାଙ୍କ ସେଠାରେ ପାଠ ପଢିବା ପାଇଁ ସୁବିଧା ହେବ ମାତ୍ର ପ୍ରଶାସନ ସେ ସ୍କୁଲଟିକୁ ପ୍ରାୟ ୪ କିଲୋମିଟର ଦୂରରେ ମାହାଳରେ କରିବା ପାଇଁ ବାହାରିଥିବା ବେଳେ ମାତ୍ର ସେଠାରେ ମଧ୍ୟ ଆଉ ଏକ ସ୍କୁଲ ମାହାଳ ଗ୍ରାମରେ ଅଛି ପୁଣି ସେଇଠି ମାତ୍ର ଅଳ୍ପକିଛି ଦୂରରେ ଆଉ ଏକ ସ୍କୁଲ ନିର୍ମାଣ କରାଯିବ
ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟ ଟି JSW ପ୍ରକଳ୍ପ ଅଞ୍ଚଳ ରେ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ସରକାରୀ ସ୍ତର ରେ ନିଷ୍ପତି ନିଆଯାଇଛି। ଏଥିପାଇଁ ଏରସମା ମଣ୍ଡଳ ଶିକ୍ଷାଧିକରୀ ଙ୍କୁ ଢିଙ୍କିଆ ତୁଲୁସା ମଠ ନିକଟ ସରକାରୀ ଜମି (ପ୍ଲଟ ନଂ ୧୯୯୭) କୁ ହସ୍ତାନ୍ତର ପାଇଁ ଏରସମା ତହସିଲଦାର ଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ ଏ ସମ୍ପର୍କରେ ଯଦି କିଛି ଅଭିଯୋଗ ଥାଏ, ତେବେ ୧୫ ଦିନ ମଧ୍ୟ ରେ ଜଣାଇ ବାକୁ ନୋଟିସ ରେ ଉଲ୍ଲେଖ ରହିଛି।ଉକ୍ତ ବିଷୟ ରେ ବିଦୟାଳୟ ଗଣ ଶିକ୍ଷା ବିଭାଗ ସଚିବ, (ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ) OSEPA ନିର୍ଦ୍ଦେଶ ଙ୍କୁ ସାମାଜିକ କର୍ମୀ ବବୁଲୁ ମଲ୍ଲିକ ଚିଠି ଲେଖି ଦାବି ଜଣାଇଛନ୍ତି।
#earasama
#jagatasinghapur
#Dhanushexpress
Comments
Post a Comment