ଅବକାରୀ ର ଚଢ଼ାଉ ବିପୁଳ ଚୋରା ମଦରନ୍ଧା ସାମଗ୍ରୀଜବତ

  ରାଜଗାଙ୍ଗପୁର 03/9/24(ଧନୁଷ ଏକ୍ସପ୍ରେସ) ରାଜଗାଙ୍ଗପୁରର ସହର ଏବଂ ବ୍ଲକ ଅଞ୍ଚଳ ରେ ଚୋରା ମଦ ର କାରବାର ବନ୍ୟା ହେବା ସହ କୁଟୀର ଶିଳ୍ପ ରେ ପରିଣତ ହୋଇ ଯାଇଛି l ସୁନ୍ଦରଗଡ଼ ଜିଲ୍ଲା ନିରୀକ୍ଷକ ପ୍ରମୋଦ କୁମାର ପଣ୍ଡା ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଙ୍କ ନିର୍ଦେଶ ରେ ଏହି ଚୋରା ମଦ ବ୍ୟବସାୟୀ ଙ୍କୁ ଆଙ୍କୁଶ ଆଣିବା ପାଇଁ   ଅବକାରୀ ବିଭାଗ କର୍ମଚାରୀ ଏବଂ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ କରି  ରାଜଗାଙ୍ଗପୁର ବ୍ଲକ ଅଞ୍ଚଳ ଏବଂ କୁତ୍ରା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନ ରେ ଚଢ଼ାଉ ଜାରି ରଖି ଥିବା ଜଣା ଯାଇଛି l ରାଜଗାଙ୍ଗପୁର ବ୍ଲକ ପ୍ରାୟ  ବନାଞ୍ଚଳ ଏବଂ ଝରଣା ଥିବା  ବେଳେ ଜଙ୍ଗଲ ମଧ୍ୟ୍ୟ ରେ ଥିବା ଝରଣା କୂଳରେ ବିଭିନ୍ନ ରାସୟିନିକ ପଦାର୍ଥ ପ୍ରୟୋଗ କରି ଜାରି ପଲଥିନ ସାହାଯ୍ୟ ରେ ମହୁଲ ପୋଚ ନିର୍ମାଣ କରିବା ପାଇଁ ଜଙ୍ଗଲ ମଧ୍ୟରେ ଜମି ଭିତରେ ପୋତି ରଖି ଦେଇଥାନ୍ତି l ଅବକାରୀ ଏବଂ ପୋଲିସ ପକ୍ଷରୁ  ରାଜଗାଙ୍ଗପୁର ବ୍ଲକ ମାଲଡ଼ିହି ପଞ୍ଚାୟତର ରାଣୀପିଆ ଗ୍ରାମ ନିକଟ ଜଙ୍ଗଲ ଏବଂରାମଲତା ଗ୍ରାମ ଜଙ୍ଗଲ  ମଧ୍ୟରେ ଜରି ବେଗ ରେ  ପେକେଟ ଭିତରେ ଜମି ମଧ୍ୟରେ ଗତ ଖୋଳି ପୋଚ ପୋତା ଯାଇଥିବା ପ୍ରାୟ 1500 କେଜି ବାହାର କରି  ନଷ୍ଟ କରିବା ସହ 250 ଲିଟର ଆଇ ଡି ଏଲ ଜବତ କରି ଥିଲେ l ଅବକାରୀ ଏବଂ ପୋଲିସ ଗାଡି ଦୂରରୁ ଦେଖି ଚୋରା ମଦ ଚୁଳଇ କରୁଥିବା ଆସିମୀ ମାନେ  ଜଙ୍ଗଲ ମଧ୍ୟ କୁ ଡେଇଁ ଚାଲି ଯାଇଥିଲେ l ଅବକାରୀ ବିଭାଗ ପକ୍ଷରୁ ଡ଼ାଇରୀ  ନମ୍ବର 132/24 ରେ କେସ ରୁଜୁ କରିଥିବା ଜଣା ଯାଇଛି l 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।