ଗୁରୁ ହିଁ ସକଳ କାର୍ଯ୍ୟ ସାଧନର ମୂଳପିଣ୍ଡ।



ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଧନୁଷ ଏକ୍ସପ୍ରେସ):ଗୁରୁବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି |ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ତଥା ବିଶିଷ୍ଟ ଅତିଥି ରୂପେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ସୁଶାନ୍ତ କୁମାର ସାହୁ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଗୁରୁ ଶିଷ୍ୟ ପରମ୍ପରା ଓ ଗୁରୁକୁଳାଶ୍ରମର ଶିକ୍ଷା ପଦ୍ଧତିକୁ ଅନୁସରଣ କରି ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକଙ୍କୁ ବ୍ୟାଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା |ଛାତ୍ର ଛାତ୍ରୀ ଓ ଶିକ୍ଷକ ବୃନ୍ଦ ଗୁରୁଦିବସ ସମ୍ପର୍କରେ ସାରଗର୍ଭକ ଭାଷଣ ଦେଇଥିଲେ |ବର୍ତମାନ ସମୟରେ ଗୁରୁ ଶିଷ୍ୟ ପରମ୍ପରାର ଅବକ୍ଷୟ ହେବାର ଲକ୍ଷଣ ଆଗାମୀ ଦିନରେ ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ଅତିଥି ଓ ଗୁରୁଜୀବୃନ୍ଦ ମତ ପ୍ରକାଶ କରିଥିଲେ |ଶେଷରେ ଛାତ୍ର ଛାତ୍ରୀ ମାନେ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ |ଦଶମ ଶ୍ରେଣୀ ଛାତ୍ରୀ ତୁଳସୀ ପାଇକ ମଞ୍ଚ ସଂଯୋଜନା କରିଥିବା ବେଳେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
#gajapatinews 
#Dhanushexpress

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।