କୋରାପୁଟ ସୁନାବେଡା ରାସ୍ତା ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୋରାପୁଟ ଆଇନଜିବି।
କୋରାପୁଟ (ଧନୁଷ ଏକ୍ସପ୍ରେସ ବ୍ୟୁରୋ): କୋରାପୁଟ ସୁନାବେଡା ଓ କୋରାପୁଟ ଜାତୀୟ ରାଜପଥ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି।ଏହି ଜାତୀୟ ରାଜପଥ ଦେଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଥିବାରୁ ଓଡିଶା ଓ ଛତିଶଗଡ ଲୋକେ ଭଲ ଚିକିତ୍ସା ପାଇଁବା ଆଶା ରେ ଏହି ରାସ୍ତା ଦେଇ ସହ ସହ ରୋଗୀ ଯାତାୟତ କରିଥାନ୍ତି। ରାସ୍ତା ବହୁଦିନ ଧରି ଶୋଚନୀୟ ହୋଇ ପଡ଼ିରହିଛି। ସମାଜ ସେବୀ ଠାରୁ ଆରମ୍ଭ କରି ସହରବାସି ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ କୋଣସି ପଦକ୍ଷେପ ନେଉନଥିବାରୁ ଆଜି କୋରାପୁଟ ଆଇନଜୀବି ବୃଦ ସମସ୍ତେ ମିଶି କୋରାପୁଟ ଠାରୁ ସୁନାବେଡା ଜାତୀୟ ରାଜପଥ ର ଶୋଚନୀୟ ଅବସ୍ଥା କୁ କୋରାପୁଟ ଜିଲ୍ଲାପାଳଙ୍କ ଅଫିସ କୁ ଯାଇ ଜିଲ୍ଲାପାଳ ଙ୍କ ଦୁଷ୍ଟି ଆକର୍ଷଣ କରିବା ସହ ଜାତୀୟରାଜପଥ ନିର୍ବାହୀ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରିଥିବା ଦେଖିବାକୁ ମିଳିଛି । ନିର୍ବାହୀ ଅଧିକାରୀ ଉକ୍ତ କାର୍ଯ୍ୟଠିକୁ ତୁରନ୍ତ ଆରମ୍ଭ କରା ଯିବ ବୋଲି ପ୍ରତିଶୃତି ଦେଇଛନ୍ତି । କୋରାପୁଟ ଆଇନଜୀବି ଜୟନ୍ତ ମିଶ୍ର.. ଶିଶିର ବିଶ୍ୱାଳ. ମନୋରଞ୍ଜନ. ବିଦ୍ୟା ସାହୁ ରାଉତରାୟ.ପ୍ରଶାନ୍ତ ପାତ୍ର ମନବଦ ପାଢି ରୂପକ ତୁରୁକ.. କମଳ କୁମାର ଖୁରା ପ୍ରମୁଖ ଦାବୀପତ୍ର ରେ ସାମିଲ ହୋଇଥିଲେl
#Dhanushexpress
#Koraput
Comments
Post a Comment