ଶେଷଦିନରେ ଢ଼ିଙ୍କିଆ ପଞ୍ଚାୟତ ସରପଞ୍ଚ ନିର୍ବାଚନ ପାଇଁ ଆଜି ୨ଦୁଇ ଜଣ ପ୍ରାର୍ଥୀନୀଙ୍କ ପ୍ରାର୍ଥୀପତ୍ର ଦାଖଲ।



ଏରସମା(ଧନୁଷ ଏକ୍ସପ୍ରେସ ବ୍ୟୁରୋ): ଏରସମା ବ୍ଲକ୍ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ନିର୍ବାଚନ ଆସନ୍ତା ଅକ୍ଟୋ ବର ୪ ତାରିଖରେ ଅନୁଷ୍ଠିତ ହେବ।ଏଥିପାଇଁ ଆସନ୍ତା ୬ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରଖାଯାଇଛି।ତେବେ ଆଜି ବିଜୁଜନତା ଦଳର ସମର୍ଥୀତ ସରପଞ୍ଚ ପ୍ରାର୍ଥୀନୀ ଶାନ୍ତିଲତା ବେହେରା ସକାଳେ ନିଜ ଗ୍ରାମର  ଆରାଧ୍ୟ ଦେବୀ ମା ବୈଦେଇଙ୍କ ଠାକୁରାଣୀଙ୍କ ଆଶ୍ରୀବାଦ ନେଇ ମା ବୈଦେଇଙ୍କ ପୀଠ ନିକଟରୁ  ପଞ୍ଚାୟତର ସମର୍ଥକ ମାନଙ୍କୁ ନେଇ ଏକ ବାଇକ ଶୋଭାଯାତ୍ରାରେ ବାହାରି ଢ଼ିଙ୍କିଆ ଗ୍ରାମ ପଞ୍ଚାୟତରେ ପହଞ୍ଚିଥିଲେ ।  ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ପୀତବାସ ଗୋଚ୍ଛାୟତଙ୍କ ନେତୃତ୍ୱରେ, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ସମବାୟବିତ୍ ସମୀର ରଞ୍ଜନ ସ୍ୱାଇଁ, ଡ଼ ତାମିଲ୍ ପ୍ରଧାନଙ୍କ, ଢ଼ିଙ୍କିଆ ପଞ୍ଚାୟତ ପୃବତନ ସରପଞ୍ଚ କିଶୋର କୁମାର ପରିଡ଼ାଙ୍କ ସମେତ ଶତାଧିକ କର୍ମୀ  ମାନଙ୍କର ଉପସ୍ଥିତରେ, ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀନୀ ଶାନ୍ତିଲତା ବେହେରା ଆଜି ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ଡେଜିଗ୍ ନେଟେଡେ ଅଧିକାରୀ ହୃଶିକେଶ ରାଉତରାୟ ଢ଼ିଙ୍କିଆ ପଞ୍ଚାୟତ ନୋଡାଲ ଅଫିସର ସୁଧାଂଶୁ ଜେନାଙ୍କ ଉପସ୍ଥିତରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିପରି ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀନୀ ପିଙ୍କି ଦାସ ପାଟଣା ମହାଦେବ ମନ୍ଦିର ନିକଟରୁ ପଞ୍ଚାୟତର ସମର୍ଥକ ମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାହାରି ଢ଼ିଙ୍କିଆ ଗ୍ରାମ ପଞ୍ଚାୟତରେ ପହଞ୍ଚିଥିଲେ। ବାଲିକୁଦା ନିର୍ବାଚନମଣ୍ଡଳୀର ପୃବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ରଙ୍କ ନେତୃତ୍ଵରେ ଏରସମା ବ୍ଲକ କଂଗ୍ରେସ ସଭାପତି ବଲ୍ଲାଭ ନନ୍ଦ ସ୍ୱlଇଁ , ଦେବେନ୍ଦ୍ର ସ୍ୱାଇଁ, ଧ୍ୱଜରାଜ ଖଣ୍ଡୁଆଳ, ଅଖିଳ ବଲ୍ଲଭ ସ୍ୱାଇଁଙ୍କ ଉପସ୍ଥିତରେ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀନୀ ପିଙ୍କି ଦାସ ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଅଭେୟଚାନ୍ଦପୁରୁ ଥାନା ଆଇଆଇସି ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଅଭେୟଚାନ୍ଦପୁରୁ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
#earasama 
#Dhanushexpress


Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।