ବଡ଼ମ୍ବା ଭଟ୍ଟାରିକା ଠାରେ ବୃହତ୍ ଉଠା ଜଳ ସେଚନ ଅଞ୍ଚଳ ର ଫସଲ ବିବିଧି କାରଣ କାର୍ଯକ୍ରମ ଅନୁଷ୍ଟିତ।


ଧନୁଷ ଏକ୍ସପ୍ରେସ,ବଡ଼ମ୍ବା:(ସୁଧାଂଶୁ ରଞ୍ଜନ ଶତପଥୀ ) ନିଗମ ଆନୁକୁଲ୍ୟରେ ଆଜି ବଡ଼ମ୍ବା ଭଟ୍ଟାରିକା ପାନ୍ଥ ନିବାସ ପରିସର ରେ ବୃହତ୍ ଉଠା ଜଳ ସେଚନ ଅଞ୍ଚଳ ର ଫସଲ ବିବିଧି କାରଣ କାର୍ଯକ୍ରମ  ଅନୁଷ୍ଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ୧୦ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରି ମାଡ଼ିଆ ଉପରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି କରି କାର୍ଯ୍ୟକ୍ରମ ରେ ପ୍ରଦର୍ଶନ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ବ୍ୟକ୍ତବରେ କହୁଥିଲେ ବୃହତ ଜଳସେଚନ ଅଞ୍ଚଳର ଚାଷୀ ମାନଙ୍କୁ ବିଭିନ୍ନ ଶସ୍ୟ ଓ ତୈଳ ଜାତୀୟ ଉପରେ କିଭଳି ବୈଜ୍ଞାନିକ ପ୍ରଣାଳୀ ଅନୁସରଣ କରି ଅଧିକ ଅମଳ ହୋଇପାରିବ ସେ ନେଇ ବ୍ୟକ୍ତବ ରଖି ଥିଲେ। ଅଣ ଧାନ ଉପରେ ଗୁରୁତ୍ବ ଦେଇ ପ୍ରକାଶ କରିଥିଲେ ପାଣିର ସମସ୍ୟା ଏ ଅଞ୍ଚଳ ରେ ରହିବ ନାହିଁ। ଆମ ସରକାର ଚାଷୀ ଙ୍କ ପାଇଁ ଯତ୍ନଶୀଳ । ଅଞ୍ଚଳ ର ମହିଲା ମାନେ କିଭଳି ସ୍ଵଭାବଲମ୍ବି ହୋଇ ନିଜ ପରିବାର ର ଆର୍ଥିକ ଉନ୍ନତି ସହ ଭାଗିତ ହୋଇପାରିବେ ନିଜ ଅଭି ଭାଷଣରେ କହି ଥିଲେ।

 ଏହି କାର୍ଯ୍ୟକ୍ରମରେ ଆତ୍ମ ର ଅଧ୍ୟକ୍ଷ ମହେନ୍ଦ୍ର କୁମାର ପଢ଼ିଆରୀ, ନିଗମ ଜିଲ୍ଲା କୋଡ ନେଟର ସରୋଜ କୁମାର ସାମଲ, କଟକ ଅଧିକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଜେନା, ଆଠଗଡ଼ କୃଷି ଜିଲ୍ଲା ଅଧିକାରୀ ସୁବାସିସ୍ ମିଶ୍ର, ବଡମ୍ବା କୃଷି ଅଧିକାରୀ ଭାଶୋତି ଆଚାର୍ଯ୍ୟ, ସହକାରୀ କୃଷି ଯନ୍ତ୍ରୀ ସ୍ଵଧି ଋତୁମ୍ୱରା, ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ଦଳବେହେରା ଅଣଧାନରେ  ପ୍ରସ୍ତୁତି ସ୍ୱାଦିଷ୍ଟ ଖାଦ୍ୟ ଉପରେ ତିନୋଟି ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କୁ ଟ୍ରଫି, ମାନପତ୍ର ଓ ଝୋଟ ନିମିତ ବ୍ୟାଗ୍ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ସ୍ଵଂୟ ସହାୟକ ମହିଳା ମାନଙ୍କୁ ମାନପତ୍ର ଓ ଝୋଟ ବ୍ୟାଗ ପ୍ରଦାନ କରିଥିଲେ। 

ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଂଚ ଶତ୍ରୁଜିତ୍ ପୂହାଣ, ସମିତି ସଭ୍ୟ ଙ୍କ ପ୍ରତିନିଧି ସତ୍ୟବାନ୍ ରଣା ଙ୍କ ସମେତ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ କୁ ପରିଚାଳନ କରିଥିଲେ ନିଗମ ପ୍ରତିନିଧି ସରୋଜ କୁମାର୍ ସାମଲ, ପ୍ରମେଦ କୁମାର୍ କଁଅର୍,ମାନସ ଦଳେଇ ଏବଂ ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ପରି ଶେଷରେ ଆତ୍ମା ର ଅଧ୍ୟକ୍ଷ ଶ୍ରୀ ପଢ଼ିଆରି ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।