କଳାପଥର- ଧଳାପଥର ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୪୪ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାକିତ।
ବାଙ୍କୀ(ଧନୁଷ ଏକ୍ସପ୍ରେସ ),୧୧ା୨- ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର-ଧଳାପଥର ଆଞ୍ଚଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇ ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ସହକାରୀ ଜିଲ୍ଲାପାଳ ହୃଷିକେଷ ତ୍ରିପାଠୀ ଯୋଗଦାନ କରି କୃତିମ ବୁଦ୍ଧିମତା ସଂପର୍କରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନେ ଡିଜିଟାଲ୍ ଯୁଗର ସୁବିଧା ନେବାପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଛାତ୍ରଛାତ୍ରୀମାନେ ଭଲ ମଣିଷ ହେବା ସହ ଅହଂକାରକୁ ତ୍ୟାଗ କରିପାରିଲେ ସମାଜରେ ସୁନାଗରିକ ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବାଙ୍କୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର ଯୋଗଦାନ କରି ସରକାରୀ ସ୍ତରରେ ବିଭିନ୍ନ ଯୋଜନା ସଂପର୍କରେ ଛାତ୍ରଛାତ୍ରୀମାନେ ଅବଗତ ହେବା ଆବଶ୍ୟକ ବୋଲି କହିଥିଲେ ।
ଅଧ୍ୟାପିକା ମମତା ଜେନା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ମୌସମୀ ପଟେଲ୍ ଓ କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ମିଶ୍ରଙ୍କ ସହଯୋଗରେ ପୁରସ୍କାର ବିତରଣ କରାଯାଇଥିଲା । ଚଳିତ ବର୍ଷ ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ଶୁଭମ୍ କୁମାର ନାୟକ ଓ ପାୟଲ୍ ଦଳେଇ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ଲିଟିରିଆଲି ଚମ୍ପିୟାନ ଭାବେ ଗାୟତ୍ରୀ ବାରିକ ପୁରସ୍କୃତ ହୋଇଥିଲେ । ବରିଷ୍ଠ ଅଧ୍ୟାପିକା ତୃପ୍ତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଧୃବ ଚରଣ ମହାପାତ୍ରଙ୍କ ପରିଚାଳନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Comments
Post a Comment