ବିଷାକ୍ତ ଛତୁଆ ଖାଇ ଦୁଇ ମୃତ, ପରିବାରର ଅନ୍ୟ ତିନି ଗୁରୁତର !



ଗଜପତି (ମନୋଜ କୁମାର ପାଢ଼ୀ )୨୪/୩:ଗଜପତି ଜିଲ୍ଲା ରାମଗିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢେମାକୁଡିଆ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । 


ସୂଚନା ଅନୁସାରେ ଗ୍ରାମର  ଶିବ ଶଙ୍କର ବଡମୁଣ୍ଡିଙ୍କ ପରିବାରର ସମସ୍ତେ ଅଙ୍ଗନବାଡି କେନ୍ଦ୍ରରୁ ମିଳିଥିବା ଛତୁଆ ଆଣି ନିଜ ଘରେ ରୋଷେଇ କରି ଖାଇ ଅସୁସ୍ଥ ହୋଇ ପଡିଥିଲେ ।

 ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ରାମଗିରି ପ୍ରାଥମିକ ଚିକିତ୍ସା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଶିବ ଶଙ୍କରଙ୍କ ୫ ବର୍ଷୀୟ ଝିଅ ତୁଳସୀ ବଡମୁଣ୍ଡିର ମୃତ୍ୟୁ ହୋଇଥିବା ଡାକ୍ତର ବ୍ରଜରାଜ କର ଘୋଷଣା କରିଥିଲେ।

 ଅନ୍ୟ ତିନିଜଣ ଅର୍ଜୁନ ବଡମୁଣ୍ଡି,ସୁମିତ୍ରା ବଡମୁଣ୍ଡି ଓ ଗୁଣମଣି ବଡମୁଣ୍ଡି ଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକା ଚିକିତ୍ସା ଲାଗି ସ୍ଥାନାନ୍ତରିତ କରିଥିଲେ।  ତେବେ ଆମ୍ବୁଲାନ୍ସ୍ ଯୋଗେ ଯିବା ବେଳେ ରାସ୍ତାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା । 

ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେପଟେ ଅଙ୍ଗନବାଡି କେନ୍ଦ୍ରରେ ମିଳିଥିବା ଛତୁଆ ଏବଂ ପ୍ରସ୍ତୁତ କରାଯାଇଥିବା ଖାଦ୍ୟର ମାନ ପରୀକ୍ଷା ତଥା ବିତରଣର ତଦାରଖରେ ସାମିଲ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ତଥା ପ୍ରସ୍ତୁତକାରୀ ସଂଗଠନର କାର୍ଯ୍ୟକଳାପ ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ । ଖବର ପାଇ ପୋଲିସ ପାଇ ମୃତ ଶିଶୁର ଶବକୁ ଜବତ କରି ବ୍ୟବଛେଦ ଲାଗି ପଠାଇବା ସହ ଖାଇଥବା ରନ୍ଧା ଛତୁଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।