କଟକ ବାଙ୍କୀ ବୈଦେଶ୍ଵର ପୋଲିସ ପକ୍ଷରୁ ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ।
କଟକ /ବାଙ୍କୀ (ଧନୁଷ ଏକ୍ସପ୍ରେସ ):ବୈଦେଶ୍ଵର ପୋଲିସ ପକ୍ଷରୁ ଜନସମ୍ପର୍କ ସଚେତନତା କାର୍ଯ୍ୟକ୍ରମ କଳାପଥର ଗ୍ରାମର ଆରାଧ୍ୟ୍ୟ ଦେବ ବାବା କପିଳେଶ୍ଵର ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ବାଙ୍କୀ ଉପଖଣ୍ଡ ଅଧିକାରୀ ବାଳକୃଷ୍ଣ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ପ୍ରଥମେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟର୍ପଣ କାରି ପ୍ରଦୀପ ପ୍ରଜ୍ବଳନ କରିଥିଲେ।
ଏଥି ସହ ବୈଦେଶ୍ଵର ଥାନା ଅଧିକାରୀ ସଞ୍ଜୟ କୁମାର ଜେନା ଙ୍କ ପୌରୋହିତ୍ୟରେ ଏହି ଜନସମ୍ପର୍କ ସଚେତନତା କାର୍ଯ୍ୟକ୍ରମ ରେ କଳାପଥର ପଞ୍ଚାୟତ ର ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ।
କ୍ରିମିନାଲ ଲ ଉପରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023,ଭାରତୀୟ ଶିକ୍ଷା ଅଧିନିୟମ 2023 ଉପରେ ଉପଖଣ୍ଡ ଅଧିକାରୀ ଏବଂ ଥାନା ଅଧିକାରୀ ଉପସ୍ଥିତ ଜନସାଧାରଣ ଙ୍କୁ ପୋଲିସ ର ନୂତନ ଆଇନ ର ଦିଗଦର୍ଶନ କରାଇଥିଲେ।
ଏହି କାର୍ଯ୍ୟକ୍ରମ ରେ କଳାପଥର ସରପଞ୍ଚ ଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ସ୍ୱାଇଁ, କଂଗ୍ରେସ ର ବ୍ଲକ ସଭାପତି ନରେଶ କୁମାର ସାହୁ, ସମିତି ସଭ୍ୟା ଙ୍କ ପ୍ରତିନିଧି ଅକ୍ରୁର ରଣା, ଧରମୁଦ୍ଧର ଜୁଝାରସିଂହ, ଅନନ୍ତ ଚରଣ ଦାଶ, ପ୍ରତାପ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
ରାଜେଶ୍ କୁମାର ସାହୁ
ବାଙ୍କୀ ପ୍ରତିନିଧି
ଧନୁଷ ଏକ୍ସପ୍ରେସ
Comments
Post a Comment