ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ କେବେ ମିଳିବ ଉଚିତ୍ ସ୍ୱାସ୍ଥ୍ୟ ସେବା !! କେବେ ବନ୍ଦ ହେବ ରୋଗୀ ସ୍ଥାନାନ୍ତରିତ ପ୍ରକ୍ରିୟା।
ଖୋର୍ଦ୍ଧା (ଧନୁଷ ଏକ୍ସପ୍ରେସ ): ପ୍ରତିଶ୍ରୁତିରେ ରହିଗଲା ରକ୍ତଭଣ୍ଡାର ସ୍ଥାନାନ୍ତରିତ ପ୍ରକ୍ରିୟା l ସମସ୍ତ କାର୍ଯ୍ୟ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାରିଲା ନାହିଁ ଖୋର୍ଦ୍ଧା ମୁଖ୍ୟ ରକ୍ତ ଭଣ୍ଡାର ଟି l ସାଧାରଣ ରୋଗୀଙ୍କ ଠାରୁ ଆରମ୍ଭ କରି ଦିନକୁ ଦିନ ବଢ଼ି ଚାଲିଛି ଥାଲାସେମିଆ ରୋଗୀ ଙ୍କର ଦୁର୍ଦ୍ଦଶା l ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ହୋଲ ବ୍ଲଡ ନେଉଛନ୍ତି ଥାଲାସେମିଆ ରୋଗୀ।
ଉନ୍ନତ ମାନର ପ୍ୟାକସେଲ୍ ରକ୍ତ ଦେବା ପାଇଁ ସରକାରଙ୍କ ପାଖରେ ନାହିଁ ଅର୍ଥ l ବହୁତ ଦୂର ହେଉଛି ରକ୍ତ ଭଣ୍ଡାର, ଯିବା ଆସିବା ପାଇଁ ନାହିଁ ଅର୍ଥ l
ଥାଲାସେମିଆ ରୋଗୀ ଙ୍କୁ ଯିବା ଆସିବା ବାବଦକୁ ସରକାର ଦେଉଛନ୍ତି ମାତ୍ର 500 ଟଙ୍କା,ସେ ପୁଣି ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ l ଆଯକୁ 5 ବର୍ଷ ଧରି ଖୋର୍ଦ୍ଧା ଜ଼ିଲ୍ଲା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ ଥାଲାସେମିଆ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପୁର୍ବ ସରକାର, ନୂତନ ସରକାର, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ ଏଥିପ୍ରତି କେହି କର୍ଣ୍ଣପାତ୍ କରୁନାହାନ୍ତି ଥାଲେସେମିଆ ରୋଗୀ ମାନଙ୍କର ଅଭିଯୋଗକୁ ଲ
ଏନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଠି କରିଛି l ରକ୍ତ ଭଣ୍ଡାର ଟି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ତିନି ଚାରି କିଲୋମିଟର ଦୂର ହେବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରକ୍ତ ଭଣ୍ଡାର ଗୃହ ନିର୍ମାଣ କାର୍ଯ୍ୟ ଏବଂ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପୂର୍ଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାରିଲା ନାହିଁ l କେବଳ ସେତିକି ନୁହେଁ ଖୋର୍ଦ୍ଧା ଜ଼ିଲ୍ଲା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ ଆଇ.ସି.ୟୁ ବିଭାଗ ଥିଲେ ମଧ୍ୟ ରୋଗୀ ପାଉନାହାନ୍ତି ସୁବିଧା ଏବଂ ଆଇ.ସିୟୁ ର ସେବା l ରୋଗୀ ମାନଙ୍କୁ ଏମ୍ସ ଏବଂ କ୍ୟାପିଟାଲ ହସ୍ପିଟାଲ କୁ ପଠେଇ ଦିଆଯାଉଛି l ଥାଲାସେମିଆ ରୋଗୀ ମାନଙ୍କ ପାଇଁ ଉନ୍ନତ ମାନର ଔଷଧି ନାହିଁ, ନାହିଁ ରକ୍ତ ବିଭାଗ,ନାହିଁ କମ୍ପୋନେଟ ସୁବିଧା, ନାହିଁ ଏମ.ଆର.ଆଇ ସେବା, ନାହିଁ ଭିନ୍ନ ରକ୍ତ ପରୀକ୍ଷା କେନ୍ଦ୍ର, ନାହିଁ ଭିର୍ଣ୍ଣ କୋଠରୀ ଯୁକ୍ତ ଶଯ୍ୟା l କେବଳ ଥାଲାସେମିଆ ରୋଗୀ ନୁହନ୍ତି ଏହି ସମସ୍ୟା ସମସ୍ତ ରୋଗୀ ମାନଙ୍କ ପ୍ରତି ଦେଖିବାକୁ ମିଳୁଛି l ଭେଷଜ ବିଭାଗ ଓ.ପି.ଡି ରେ ଡାକ୍ତର ନାହାନ୍ତି ଯିଏବା ଥିଲେ ତାଙ୍କୁ କଟକ ଏସ.ସି. ବି. କୁ ବଦଳି କରାଯାଇଛି l ଭେଷଜ ବିଶେଷଜ୍ଞ ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମିତି ନିତିଦିନ ରୋଗୀ ମାନଙ୍କ ପ୍ରତି ଅବହେଳା କରାଯାଉଛି l ଗୋପବନ୍ଧୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜିଲ୍ଲାର ସଦର ମହକୁମା ଅବସ୍ଥିତ ହୋଇଥିଲେ ମଧ୍ୟ ସରକାର ଙ୍କ ଏଥିପ୍ରତି ଦୃଷ୍ଟି ନ ଦେବା ନେଇ ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ଖୋର୍ଦ୍ଧା ଗୋପବନ୍ଧୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମକୁ ମାତ୍ର ଚିକିତ୍ସାଳୟ, ଏଠି କୌଣସି ପ୍ରକାରର ସୁବିଧା ମିଳୁ ନାହିଁ ରୋଗୀଙ୍କୁ l ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ କୌଣସି ପ୍ରକାରର ସୁବିଧା ଅସୁବିଧା ବିଷୟରେ ଯୋଗାଯୋଗ କଲେ ଆପଣ ଏ.ଡି.ଏମ.ଓ.ଙ୍କୁ ଜଣାନ୍ତୁ ବୋଲି କହୁଥିବା ଶୁଣିବାକୁ ମିଳୁଛି l ଆମ ପ୍ରତିନିଧି ଚିକିତ୍ସାଳୟର ଏ.ଡି.ଏମ.ଓ.ଙ୍କୁ ସାକ୍ଷାତ କରି ଚିକିତ୍ସାଳୟର ସମସ୍ତ ରୋଗୀ ମାନଙ୍କ ର ଅସୁବିଧା ବିଷୟରେ ଆଲୋଚନା କରିବା ରୁ ଏ.ଡି.ଏମ.ଓ. ଙ୍କ ଠାରୁ ଶୁଣିବାକୁ ମିଳିଲା ଏହି 1 ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ହୋଇଯିବ !! ଦେଖିବାର ଅଛି ଏ.ଡି.ଏମ.ଓ ଙ୍କ ପ୍ରତିଶ୍ରୁତି କୁ କେବେ ସଫଳତା ମିଳୁଛି !! ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ କେବେ ଖୋଲିବ ସମସ୍ତ ବିଭାଗ l କେବେ ସୁଧୁରିବ ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟର ଏହି ନଗ୍ନ ଚିତ୍ର,କେବେ ମିଳିବ ସୁବିଧା ରୋଗୀ ମାନଙ୍କୁ ତାହା ଦେଖିବାକୁ ବାକିରହିଲା !
ସୂର୍ଯ୍ୟକାନ୍ତ ଦଳାଇ
ଖୋର୍ଦ୍ଧା ପ୍ରତିନିଧି
Comments
Post a Comment