୧୫୦ବର୍ଷର କାଶୀପୁର ରାମଲୀଳା ଲଙ୍କା ଦହନ କଲେ ହନୁମାନ |


ନିରାକାରପୁର,(ସୂର୍ଯ୍ୟକାନ୍ତ ଦଳାଇ)     (୮/୫): ୧୫୦ବର୍ଷର କାଶୀପୁର ରାମଲୀଳାର ଆଜି ଦଶମ ରଜନୀରେ ଲଙ୍କାପୋଡି ଉତ୍ସବ ଧୁମଧାମରେ ପାଳିତ ହୋଇଥିଲା |ଆଜି ଲଙ୍କାପୋଡି ବିଷୟ ବସ୍ତୁ ଥିବାରୁ ମଞ୍ଚଟିକୁ ବିଭିନ୍ନ ଫଳମୂଳରେ ସଜେଇ ଦିଆଯାଇଥିଲା |

ଏହି ଅବସରରେ ମାତା ସୀତାଙ୍କୁ ଠାବ କରିବା ନିମନ୍ତେ ପ୍ରଭୁ ଶ୍ରୀରାମଙ୍କ ଠାରୁ ଆଦେଶ ପାଇ  ମୁଦ୍ରିକା ନେଇ ହନୁମାନ ଲଙ୍କାରେ ପହଞ୍ଚିଥିଲେ |ସେଠାରେ ମାତା ସୀତାଙ୍କୁ ଅନେକ ଖୋଜାଖୋଜି ପରେ ଅଶୋକ ବନରେ ମାତାଙ୍କୁ ଥିବା ଦେଖିବାକୁ ପାଇଥିଲେ |ସେଠାରେ ମାତାଙ୍କୁ ପ୍ରଭୁ ଶ୍ରୀରାମ ଦେଇଥିବା ମୁଦ୍ରିକାକୁ ଦେଇ ପରିଚିତ ହୋଇଥିଲେ |ପରେ ରାବଣର ଅଶୋକା ବାଟିକାରେ ହନୁମାନ ପଶି ଭାଙ୍ଗି ରୁଜି ଛାରଖାର କରିଦେଇଥିଲେ |ଏପରିକି ରାବଣର ଅନ୍ୟତମ ପ୍ରିୟ ପୁତ୍ର ଅକ୍ଷୟ କୁମାର ଜୀବନରେ ମାରିବା ସାହିତ ସେଠାରେ ଅନେକ କ୍ଷତି ପହଞ୍ଚାଇଥିଲେ |ପରେ ମେଘନାଦ ଦ୍ୱାରା ବନ୍ଦୀ ହୋଇ ମୋ ଲାଙ୍ଗୁଡ଼ରେ ନିଆଁ ଲଗାଇଲେ ମୁଁ ମରିବି ବୋଲି ଲଙ୍କାର ରାଜା ରାବଣଙ୍କୁ କହିବା ପରେ ହନୁମାନ ଲାଙ୍ଗୁଡ଼ରେ ନିଆଁ ଲଗାଯାଇଥିଲା |ଏହି ନିଆଁରେ ହନୁମାନ ସାରା  ସ୍ବର୍ଣ୍ଣମୟୀ ଲଙ୍କା ପୁରକୁ ଛାରଖାର କରିପକାଇଥିଲା |ଏହାକୁ କାଶୀପୁର ବଡ଼ପାଟଣା ସୀତାରାମ ନାଟ୍ୟସସଦର ଯୁବ କଳାକାରମାନେ ମୁକ୍ତାକାଶ ରଙ୍ଗମଞ୍ଚରେ ନିଖୁଣ ଅଭିନୟ କରିଥିଲେ | ଏହି ପୌରାଣିକ ଉତ୍ସବ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଶହଶହ ଦର୍ଶକଙ୍କ ସୁଅ ଛୁଟି ଥିଲା  |ରାମଲୀଳା ବାଦ୍ୟ ସାଙ୍ଗକୁ ହନୁମାନଙ୍କର ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା |ରାବଣ ଭୂମିକାରେ ଅକ୍ଷୟ ଲେଙ୍କା, ମେଘନାଦ(ଇନ୍ଦ୍ରଜିତ)ଭୂମିକାରେ ଲକ୍ଷ୍ମୀଧର ପ୍ରଧାନ,ହନୁମାନ ଭୂମିକାରେ ନବକିଶୋର ବରାଳ ଓ ମାନସ ବରାଳଙ୍କ ସମେତ ବିଭିନ୍ନ କଳାକାରମାନେ ନିଜନିଜର କଳା ପ୍ରଦର୍ଶନ କରିଥିଲେ |ସାମାଜିକକର୍ମୀ ସନ୍ତୋଷ କୁମାର ଦଳେଇଙ୍କ ଆବାହକ ତ୍ବରେ ଏହା ଅନୁଷ୍ଠିତ ହୋଇଥିଲା |ଶ୍ୟାମ ସୁନ୍ଦର ବିଶ୍ୱାଳ ନାଟ୍ୟ ନିର୍ଦେଶନା ଦେଇଥିବା ବେଳେ ଗାୟକ ଯୁଗଳ କିଶୋର ପରିଡା ବାୟକ ମହେଶ୍ୱର ନାୟକ ଓ ଗୁରୁ ପଦ୍ମନାଭ ଦଳେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ |ନୃସିଂହ ଦଳେଇ, ବିଦ୍ୟାସାଗର ପ୍ରଧାନ, ଅଗ୍ରଜ ପ୍ରଧାନଙ୍କ ସମେତ ଗ୍ରାମବାସୀ ଓ ସଂସଦର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।