ସମ୍ବାଦ ସାହିତ୍ୟଘର ବାର୍ଷିକ ଉତ୍ସବ ।

ଜଗତସିଂହପୁର:  କୁଜଙ୍ଗ  ବନବିହାରୀ  ଉଚ୍ଚ  ବିଦ୍ୟାଳୟ  ସମ୍ମିଳନୀ  କକ୍ଷରେ  କୁଜଙ୍ଗ  'ସମ୍ବାଦ  ସାହିତ୍ୟଘର'  ର   ବାର୍ଷିକ  ଉତ୍ସବ  ଅନୁଷ୍ଠିତ ।  ଆୟୋଜିତ  ଏହି  ଉତ୍ସବ ରେ  ଉଦଘାଟକ  ଭାବେ  ଇଷ୍ଟର୍ଣ୍ଣ  ମିଡିଆ  ଲିମିଟେଡ଼  ର  ଅଧ୍ୟକ୍ଷ  ସୌମ୍ୟ ରଞ୍ଜନ  ପଟ୍ଟନାୟକ   ଯୋଗ  ଦେଇଥିବା  ବେଳେ  ମୂଖ୍ୟ  ଅତିଥି   ଜଗତସିଂହପୁର  ସାଂସଦ  ଡ. ବିଭୂ ପ୍ରସାଦ  ତରାଇ  ଓ  ସାହିତ୍ୟ  ଘରର  ରାଜ୍ୟ  ସଂଯୋଜିକା  ଡ. ଶୁଭଶ୍ରୀ  ଲେଙ୍କା  ପ୍ରମୁଖ  ଅନ୍ୟ  ଅତିଥି ମାନେ  ଯୋଗଦେଇ  ଥିଲେ । 
 ଆୟୋଜିତ  ଏହି  ଉତ୍ସବ ରେ   କୁଜଙ୍ଗ  ସମ୍ବାଦ  ସାହିତ୍ୟ ଘର  ର  ଭାଷା  ଓ  ଘରକୁ  ସମୃଦ୍ଧ  କରିବା  ଉପରେ  ବକ୍ତବ୍ୟ  ପ୍ରଦାନ  କରା  ଯାଇଥିଲା ।  ପ୍ରତିଘର  ସାହିତ୍ୟ  ଘର  ହେଲେ  ସାହିତ୍ୟ  ଓ  ସଂସ୍କୃତି  ସୁରକ୍ଷିତ  ରହିବ  ବୋଲି   ସୌମ୍ୟ  ରଞ୍ଜନ  ପଟ୍ଟନାୟକ  ବକ୍ତବ୍ୟ ରେ  କହିଥିଲେ ।  ସାହିତ୍ୟ  ଦୃଷ୍ଟିରୁ  କୁଜଙ୍ଗ  ଏକ  ସମୃଦ୍ଧ  ସ୍ଥାନ  ହୋଇଥିବା  ବେଳେ  ଏଠାରେ  ଅନେକ  ସାହିତ୍ୟିକ  ଅଛନ୍ତି  , ତେଣୁ  କୁଜଙ୍ଗ  ସାହିତ୍ୟ  ଘରକୁ  ସମୃଦ୍ଧ  କରିବା  ପାଇଁ  ସମସ୍ତ  ଙ୍କର  ଚେଷ୍ଟା  ରହିବା  ଦରକାର  ବୋଲି  ଅତିଥି  ମାନେ  କହିଥିଲେ ।  ଏହି  କାର୍ଯ୍ୟକ୍ରମ  ଅବସରରେ  ରୁନିବାଳା  ମଲ୍ଲିକ ଙ୍କ   'ନିଶାମୁକ୍ତ  ଓଡିଶା'  ନବୀନ କୁମାର  ପ୍ରଧାନ ଙ୍କ  'ଜ୍ୟୋତ୍ସ୍ନା'  , ଗୀତା ଦାସ୍ ଙ୍କ  ' ପ୍ରାଣ ର  ଜୟଶ୍ରୀ'  ପୁସ୍ତକ  ଅତିଥି ମାନେ  ଉନ୍ମୋଚନ  କରିବା  ସହିତ  ବିଭିନ୍ନ  କ୍ଷେତ୍ରରେ  ଅବଦାନ  ପାଇଁ  କୁଜଙ୍ଗ  ଅଞ୍ଚଳର   ବ୍ୟକ୍ତି  ବିଶେଷ ଙ୍କୁ  ସମ୍ବର୍ଦ୍ଧିତ  କରା ଯାଇଥିଲା । 
କାର୍ଯ୍ୟକ୍ରମ  ର  ପ୍ରଥମ  ସୋପାନରେ  କବିମାନେ  ସ୍ବରଚିତ  କବିତା  ପାଠ  କରିଥିବା  ବେଳେ  ପ୍ରାରମ୍ଭ ରେ  ପାଇକ  ଆଖଡ  କଳାକାର   ମାନେ  ଏକ  ଶୋଭାଯାତ୍ରାରେ  ଅତିଥି  ମାନଙ୍କୁ  ସଭାସ୍ଥଳୀକୁ  ପାଛୋଟି  ଆଣିଥିଲେ ।  ଏହି   କାର୍ଯ୍ୟକ୍ରମ ରେ  କୁଜଙ୍ଗ  ସମ୍ବାଦ  ସାହିତ୍ୟ ଘର  ପକ୍ଷରୁ  ସମସ୍ତ  ସଦସ୍ୟ  ଓ  ସଦସ୍ୟା  ମାନେ  ଉପସ୍ଥିତ  ଥିଲେ ।

ରାକେଶ ସୂତାର
ଜଗତସିଂହପୁର ବ୍ୟୁରୋ
(ଧନୁଷ ଏକ୍ସପ୍ରେସ)


Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।