ପୋଖରୀ ସୁରକ୍ଷା ସମିତି ପକ୍ଷରୁ ଗଣ ଧାରଣା।

ଢେଙ୍କାନାଳ : ପୋଖରୀ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଖରୀ ଗୁଡ଼ିକର ସୁରକ୍ଷା ପାଇଁ ସୁରକ୍ଷା ସମିତିର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଗଣ ଧାରଣା ଦିଆଯାଇଥିଲା l 
ସୂଚନା ଥାଉକି, ଗତ ତିନି ବର୍ଷ ହେଲା ସରକାରଙ୍କ ପକ୍ଷରୁ ଆମ ପୋଖରୀ ଯୋଜନା ଆରମ୍ଭ ହୋଇଥିଲା l ସେଥିରେ ଢେଙ୍କାନାଳ ସହରର ୧୬ ଟି ପୋଖରୀ ଯୋଜନା ପରିସରଭୁକ୍ତ କରାଯାଇ ପଙ୍କୋଦ୍ଧlର କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା l 
ମାତ୍ର ପଙ୍କ ମାଟି ବାହାରକୁ ନନେଇ ପୋଖରୀ ଗୁଡି଼କୁ ଛୋଟ ଗାଡ଼ିଆ ପରି କରାଗଲା l ପୋଖରୀ ସୁରକ୍ଷା ସମିତି ଏହାର ବିରୋଧ କରିଆସୁଛି l ସାତ ଦିନ ମଧ୍ୟରେ  କେବଳ ଭାଗିରଥି ସାଗର ଭିତରେ  ଥିବା ପଙ୍କ ମାଟି ବାହାରକୁ ନିଷ୍କାସନ କରିବାପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l ମାତ୍ର ଜିଲ୍ଲା ପ୍ରଶାସନ କୌଣସି ସମାଧାନ ନକରିବାରୁ ପୋଖରୀ ସୁରକ୍ଷା ସମିତି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୩ ମଇ ମଙ୍ଗଳବାର ଦିନ ଗଣ ଧାରଣା ଦେଇଥିଲା l ଗତ କାଲି ସୋମବାର ଦିନବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ପୋଖରୀ ସୁରକ୍ଷା ସମିତିର କିଛି ସଭ୍ୟଙ୍କୁ ଜଣାଇଥିଲେ ଯେ ପୌର ନିର୍ବାହୀ ଅଧିକାରୀଙ୍କୁ ପୋଖରୀରୁ ସମସ୍ତ ପଙ୍କ ମାଟି ହୁଡ଼ା ବାହାରେ ପକାଇବାକୁ ନିର୍ଦେଶ ଦେଇଛନ୍ତି l ମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ପୋଖରୀ ସୁରକ୍ଷା ସମିତି ଧନ୍ୟବାଦ ଦେବା ସହ ଆଗାମୀ ସାତ ଦିନ ଭିତରେ ମନ୍ତ୍ରୀଙ୍କ ନିର୍ଦେଶ କିଭଳି କାର୍ଯ୍ୟକାରୀ ହେଉଛି ତାକୁ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯିବ l ଯଦି ମନ୍ତ୍ରୀଙ୍କ ନିର୍ଦେଶ କାର୍ଯ୍ୟକାରୀ ନହୁଏ କିମ୍ବା ବର୍ଷା ପୂର୍ବରୁ ପୋଖରୀ ଭିତରୁ ସମସ୍ତ ପଙ୍କ ମାଟି ନଉଠେ ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ l ଆଜିର ଗଣ ଧାରଣାରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଢେଙ୍କାନାଳ ମାଟିର ସୁରକ୍ଷା କରିବେ ଓ ଢେଙ୍କାନାଳ ଲୋକଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ l ତାଛଡା ଶ୍ରୀ ସାହୁ କହିଛନ୍ତି ଯେ ଯଦି ଆସନ୍ତା ସାତ ଦିନ ଭିତରେ ପୋଖରୀରୁ ପଙ୍କ ମାଟି ନ ଉଠେ ତେବେ ଏହି ଆନ୍ଦୋଳନ ଜାରି ରଖିବାପାଇଁ ଚେତାବନୀ ଦେଇଛନ୍ତି l ବିଜେଡି କାଉନସିଲର ସନ୍ଦୀପ ଷଡ଼ଙ୍ଗୀ, ପୂର୍ବତନ କାଉନସିଲର ଜ୍ଞାନ ମିଶ୍ର, କଂଗ୍ରେସ ଜିଲ୍ଲା ସଭାପତି ସୁନୀଲ ଦାଶ, ପ୍ରେମଶଙ୍କର ମିଶ୍ର, ଆଇନଜୀବୀ ନିର୍ମଳ ମିଶ୍ର, ନାରୀ ନେତ୍ରୀ ସ୍ମିତାରାଣୀ ସାମଲ, ପ୍ରିୟବ୍ରତ ଗଡ଼ନାୟକ, ସରୋଜ ଶତପଥି, ରୁଦ୍ର ପ୍ରସାଦ ଶରଣ, ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ପିତାମ୍ବର ସାମନ୍ତରାୟ, ପ୍ରସନ୍ନ ବରାଳ, ପୂର୍ବତନ ସେନା ଅଧିକାରୀ ଅଖିଳ ମହାପାତ୍ର ଓ ନଗେନ କର, ସଚେତନ ନାଗରିକ ଫୋରମର ସମ୍ପାଦକ ଭରତ କୁମାର ଦାସ, ସହସମ୍ପାଦକ ଦିଲ୍ଲୀପ କୁମାର ରାଉତ, ମନ୍ମଥ ରାଓ, କିଶୋର ବେହେରା, ଗୋକୁଳାନନ୍ଦ ମାଝୀ, ଅରବିନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ବର୍ଷା ପୂର୍ବରୁ ପୋଖରୀ ଗୁଡ଼ିକରୁ ଦ୍ୱିତୀୟ ହୁଡ଼ା କରାଯାଇଥିବା ପଙ୍କ ମାଟି ବାହାରକୁ ନିଷ୍କାସନ କରା ନଗଲେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ଏବଂ ଢେଙ୍କାନାଳ ବନ୍ଦ କରାଯିବ ବୋଲି ମତବ୍ୟକ୍ତ କରିଥିଲେ l ଏହି ଗଣ ଧାରଣାରେ ବିକାଶ ସ୍ୱାଇଁ, ବାସନ୍ତୀ ସ୍ୱାଇଁ, ସୁଜିତ ବେହେରା, ଦୁଷ୍ମନ୍ତ ମହାନ୍ତି, ଚିତ୍ତରଞ୍ଜନ ରାଉତ, ଉଦୟନାଥ ବେହେରା, ଅବିନାଶ ସାହୁ, ମଙ୍ଗୁଳି ବେହେରା ପ୍ରମୁଖ ବହୁ ବ୍ୟକ୍ତି ଯୋଗ ଦେଇଥିଲେ l ଶେଷରେ ଭାଗିରଥି ସାଗର ସୁରକ୍ଷା ସମିତି ସଭାପତି ପଙ୍କଜ ନାୟକ ଧନ୍ୟବାଦ ଦେଇଥିଲେ ଳ

ଶୁଭମ ପାଣି,ଢେଙ୍କାନାଳ ବ୍ୟୁରୋ 
ଧନୁଷ ଏକ୍ସପ୍ରେସ 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।