ବସ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ ଦୁଇ ଗୁରୁତର ଘଟଣା ସ୍ଥଳରୁ ଡ୍ରାଇଭର ଫେରାର।

ଗଜପତି ୧୮/୫: ବାଇକ ମୁହାଁ ମୁହିଁ ଧକ୍କା ରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ଦୁଇ ଜଣ ଗୁରୁତର ଅଛନ୍ତି l ମୃତକ ଜଣକ ହେଲେ ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲା ପଥର ଗ୍ରାମର ସଞ୍ଜୟ ବଡ଼ ରଇତ ବୋଲି ଜଣାପଡିଛି l 
ସୂଚନା ପ୍ରକାରେ ଏକ ବାଇକ ଯୋଗେ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀ ବାହାଘର ଲାଗି ନିମନ୍ତ୍ରଣ କାର୍ଡ ଦେବାକୁ ଯାଇ ଘରକୁ ଫେରୁଥିବା ସମୟରେ ଚମ୍ପା ଘାଟିରେ ଅପରାହ୍ନ ୪. ୪୫ ସମୟରେ ଭିକ୍ରାନ୍ତ ନାମକ ଏକ ଘରୋଇ ବସ ( OD07AZ 8141 ) ବ୍ରହ୍ମପୁର ଠାରୁ ଆର.ଉଦୟଗିରି ପଟେ ଆସୁଥିବା ବେଳେ ଏଭଳି ଘଟଣା ଘଟିଛି |
ଗୁରୁତର ଦୁଇଜଣଙ୍କୁ ଆର.ଉଦୟଗିରି ପୋଲିସ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ସଂକଟପର୍ଣ୍ଣା ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲ କୁ ସ୍ଥାନାନ୍ତରିତ କରିଥିବା ସୂଚନା ଦେଇଛନ୍ତି l ଘଟଣା ସ୍ଥଳରେ ଆର.ଉଦୟଗିରି ପୋଲିସ ପହଞ୍ଚି ଘଟଣାର ଛାନ ଭିନ କରୁଛି l
ମନୋଜ କୁମାର ପାଢ଼ୀ, ଗଜପତି ବ୍ୟୁରୋ 
(ଧନୁଷ ଏକ୍ସପ୍ରେସ )

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।