ମିଳୁନି ସରକାରୀ ଔଷଧ, ବଢୁଛି କୀଡୀନି ରୋଗୀଙ୍କ ଦୁଃଖ।
ବଡମ୍ବା ୧୫/୫ :କଟକ ବଡମ୍ବା ବ୍ଲକ ଅଧୀନ ବନମାଳୀପୁର ପଂଚାୟତ ନୂଆ କେଶାବେରେଣୀ ଗ୍ରାମରେ ପାଖାପାଖି ୨୫ ରୁ ଉର୍ଦ୍ଧ କୀଡୀନି ରୋଗୀ ରହିଛନ୍ତି.। ସେମାନଙ୍କୁ କୀଡୀନି କାର୍ଡ ପ୍ରଦାନ କରାଯାଇଛି ହେଲେ ଏବେ ସେମାନଙ୍କୁ ତିନିମାସ ହେବ ମିଳୁନି ସରକାରୀ ମାଗଣା ଔଷଧ। ମେଡିକାଲ ଗଲେ ସେମାନଙ୍କୁ ଦୁଇ ତିନୋଟି ମେଡିସିନି ଦେଇ ଆବଶ୍ୟକ ମେଡିସିନି ଜନ ଔଷଧିରୁ କିଣିବା ପାଇଁ କହୁଛନ୍ତି ଡାକ୍ତର। ଯାହାର ଆନୁମାନିକ ମୂଲ୍ୟ ୫ରୁ ସାତ ହଜାର ଟଙ୍କା ବୋଲି କହୁଛନ୍ତି କୀଡୀନି ରୋଗୀ।
ଏତେ ଟଙ୍କା ଆମେ କେଉଁଠୁ ଆଣିବୁ ବୋଲି ପ୍ରଶ୍ନ କରିଛନ୍ତି କୀଡୀନି ରୋଗରେ ପୀଡିତ ରୋଗୀ। ସରକାର ଆମକୁ ଭତା ବାବାଦକୁ ଏକ ହଜାର ଟଙ୍କା ଦେଉଛନ୍ତି। ଆମେ ଆଉ ଅଧିକା ଅର୍ଥ କେଉଁଠୁ ଆଣିବୁ, ଗତ ସରକାର ଆମକୁ ମାଗଣା ରେ ଔଷଧ ଦେଉଥିଲା, ଆମେ ବଂଚିଥିଲୁ ଏବେ ତିନିମାସ ହେବ ଆମକୁ ଔଷଧ ମିଳୁନାହିଁ. ଆମେ ପଛେ ମାରିବୁ ଔଷଧ କିଣି ଖାଇପାରିବୁ ନାହିଁ ବୋଲି କହିଛନ୍ତି ନୂଆ କେଶା ବେରେଣୀ ରହିଥିବା କୀଡୀନି ରୋଗୀ। ତୁରନ୍ତ ମେଡିକାଲ ଗୁଡିକରେ କୀଡୀନି ରୋଗୀ ଙ୍କୁ ଔଷଧ ପ୍ରଦାନ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।
ସୁଧାଂଶୁ ରଞ୍ଜନ ଶତପଥି, ଚିଫ ବ୍ୟୁରୋ
(ଧନୁଷ ଏକ୍ସପ୍ରେସ )
Comments
Post a Comment