ସରକାରଙ୍କ Bikash Bahan Yatra ଅନ୍ତର୍ଗତ ନୂଆଗାଁ ଓ ବନସିଂ ପଞ୍ଚାୟତରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଢେଙ୍କାନାଳ, (ଶୁଭମ ପାଣି ): ଓଡିଶା ସରକାରଙ୍କ Bikash Bahan Yatra ପ୍ରସଙ୍ଗରେ ଆଜି ଢେଙ୍କାନାଳ ଜିଲ୍ଲାର ନୂଆଗାଁ ଓ ବନସିଂ ପଞ୍ଚାୟତରେ ବିଶେଷ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ Joint Director (Panchayati Raj) ବିମ୍ବାଧର ସେଠି, ଏବଂ Additional PD ଢେଙ୍କାନାଳ ଆଶିଷ ରଞ୍ଜନ ସାହୁ ଉପସ୍ଥିତ ଥିଲେ। ସେମାନଙ୍କ ସହିତ ନୀତି ଆୟୋଗର ଜିଲ୍ଲା ସହଯୋଗୀ ଓ ପୀରମଲ ଫାଉଣ୍ଡେସନର ପ୍ରତିନିଧି ନେହା ମୋରିଆ ଓ ମାନସ ପ୍ରଧାନ ମିଳିତ ଭାବରେ ଗସ୍ତ କରି ଏହି କାର୍ଯ୍ୟକ୍ରରେ ଅଂଶଗ୍ରହଣ ।
ଏହି ଗସ୍ତ ସମୟରେ ସେମାନେ ସରକାରଙ୍କ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କ ସହ ବିସ୍ତୃତ ଆଲୋଚନା କରି, କିପରି ଅଧିକ ସଂଖ୍ୟକ ଲୋକ ଏହାରୁ ଲାଭାନ୍ବିତ ହୋଇପାରିବେ, ସେ ଉପରେ ଗଭୀର ଚର୍ଚ୍ଚା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଦୁଇ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଚାରୁ ଭାବେ ସଂଚାଳନା କରିଥିଲେ। ସେଥିପାଇଁ ଥିବା SHG ମହିଳାମାନେ ଓ PRIs ମାନେ ବି ଏହି କାର୍ଯ୍ୟକ୍ରମରେ ବାହୁଳ୍ୟରେ ଉପସ୍ଥିତ ରହି ସହଯୋଗ ଦେଇଥିଲେ।
#Dhankanal
#Dhanushexpress
Comments
Post a Comment