ଆମ୍ ଆଦମୀ ପାର୍ଟିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ ପାଇଁ ପ୍ରସ୍ତୁତି ବୈଠକ, ଜୁନ ୧୫ ରେ ବୈଠକର ନିଷ୍ପତ୍ତି।

କାମାକ୍ଷାନଗର : ଆମ୍ ଆଦମୀ ପାର୍ଟି   କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ  ବୈଠକ ପାଇଁ ଏକ ପ୍ରସ୍ତୁତି ବୈଠକ ଏନଏସି କାର୍ଯ୍ୟାଳୟ ଠାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଓ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଯୋଗଦେଇ ଭାରତ ବର୍ଷରେ ଆମ୍ ଆଦମୀ ପାର୍ଟିର ଆବଶ୍ୟକତା ଓ ତାର ନୀତି ଆଦର୍ଶ ବିଷୟରେ ପ୍ରତି ଗାଁ ରେ ପହଂଚାଇବା ପାଇଁ ପରାମର୍ଶ ଦେଇଥିଲେ ଳ
 ଦଳର ନୀତି ଆଦର୍ଶ ଏବଂ ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ପାଣି ରୋଜଗାର ଓ କୃଷିର ବିକଳ୍ପ ରାଜନୀତିକୁ ଘରେ ଘରେ ପହଞ୍ଚାଇବା ପାଇଁ ଏନଏସିର ଉଦୟନାଥ ସାହୁ ଦାୟୀତ୍ୱ ନେଇଥିବା ବେଳେ କାର୍ତ୍ତିକ ସାମଲ କାମାକ୍ଷାନଗର ଦାୟୀତ୍ୱ ନେଇଛନ୍ତି l ସେହିପରି ମଧୁସୂଦନ ମଲିକ ଓ ଗୌରାଙ୍ଗ ସାମଲ ଭୁବନ ବ୍ଲକ ଦାୟୀତ୍ୱ ନେଇଛନ୍ତି l ଆସନ୍ତା ଦୁଇ ସପ୍ତାହ ପରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ କରାଯିବାପାଇଁ ନିଷ୍ପତ୍ତି ନିଆଗଲା l ସେହି ବୈଠକରେ ନୂତନ, ପୁରାତନ ଏବଂ ଅନ୍ୟ ଦଳରୁ ଆସିଥିବା ସଦସ୍ୟ ମାନଙ୍କୁ ଯୋଗ ଦେବାପାଇଁ ଅନୁରୋଧ କରାଯାଇଛି l
ଶୁଭମ ପାଣି, ଢେଙ୍କାନାଳ ବ୍ୟୁରୋ 
(ଧନୁଷ ଏକ୍ସପ୍ରେସ )

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।