ଭୁବନେଶ୍ୱର ରେ ପହିଲି ରଜ,ବାଲିଆପଟା ବସ୍ତି ମାତା ମା କଲନୀ ରେ ଝିଅ ବୋହୁ ହେଲେ ଉଲ୍ଲସିତ।
ଖୋର୍ଦ୍ଧା (ସୂର୍ଯ୍ୟକାନ୍ତ ଦଳାଇ ): ପହିଲି ରଜର ପହିଲି ସ୍ପର୍ଶରେ ଧରା ଆଜି ପୁଲକିତ।ରଜକୁ ନେଇ ଉତ୍ସବମୁଖର ଓଡ଼ିଶା ର ପୁରପଲ୍ଲୀ।ସଜେଇ ହେଲେଣି କୁଆଁରୀ । କୁଙ୍କୁମ, ଅଳତା, ମେହେନ୍ଦୀ, ଲିପଷ୍ଟିକ ସାଙ୍ଗକୁ ମଥାରେ ଚିତା ଲଗାଇ ହେଲେଣି ସଜବାଜ।ପୁର ପଲ୍ଲୀରେ ତିନି ଦନି ଧରି ଧୁମଧାମରେ ଚାଲିବ ରଜ ମହୋତ୍ସବ।
ପୋଡ ପିଠା ସହ ରଜ ପାନ ଖାଇ ଦୋଳି ଖେଳିବେ କୁଆଁରୀ।ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଓଡ଼ିଶା ର କୃଷିଭିତ୍ତିକ ପାରମ୍ପରିକ ଗଣ ପର୍ବ ରଜ ଉତ୍ସବ ର ପହିଲି ଦିନ ରେ ତା୧୪/୦୬/୨୦୨୫ରିଖ ଶନିବାର ଦିନ ଓଡ଼ିଶା ର ରାଜଧାନୀ ଭୁବନେଶ୍ବରରେ ରସୁଲଗଡ଼ ଅଞ୍ଚଳ ର ବାଲିଆ ପଟା ବସ୍ତି ୧୯ ନମ୍ବର ଓ୍ବାର୍ଡ ମାତା ମା କଲୋନୀ ରେ ରଜ ପର୍ବ ର ପ୍ରଥମ ଦିବସ ଦୋଳି ଖେଳ ସହିତ ବହୁ ଆଡମ୍ବର ରେ ପାଳିତ ହୋଇ ଯାଇଛି।
ମାତା ମା କଲୋନୀ ର ଅରୁଣ କୁମାର ମୁଦୁଲି ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶତାଧିକ ଝିଅ ବୋହୁ,ଯୁବକ,ଯୁବତୀ ଆବାଳ ବୃଦ୍ଧ ବନିତା ଙ୍କ ଉପସ୍ଥିତି ରେ ଦୋଳି ଖେଳ ସାଙ୍ଗକୁ ପୁଚି,ବାଗୁଡ଼ି,ରେକର୍ଡ ଡାନ୍ସ ର ତାଳେ ତାଳେ ଦିନ ତମାମ ରଜ ମଉଜ ର ମଜା ଉଠାଇଥିଲେ।ସହର ରେ ଗାଁ ର ପରିବେଶ ସୃଷ୍ଟି କରି ପ୍ରତୈକ ଟି ହୃଦୟ ରେ ଭାଇଚାରା ର ଭାଵ ସୃଷ୍ଟି ହେବାର ପରିଲିଖିତ ହୋଇ ଥିଲା।
Comments
Post a Comment